fbpx

ଦୁନିଆର ସବୁଠାରୁ ଅଦ୍ଭୁତ ଗଛ, ଯେଉଁଠାରେ ଫଳୁଛି ଟଙ୍କା! ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଛୁଆବେଳେ ବାପା-ମାଆଙ୍କୁ ଟଙ୍କା ମାଗିଲା ବେଳେ ସେ ଅନେକଥର କହିଥାନ୍ତି କି, ‘ଟଙ୍କା କେଉଁ ଗଛରେ ଫଳୁନି । କିନ୍ତୁ ଆଜି ଆମେ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛି, ଯେଉଁଥିରେ ସତରେ ଟଙ୍କା ଫଳୁଛି ।

ତେବେ ବ୍ରିଟେନରେ ଏକ ଗଛ ଅଛି, ଯେଉଁଥିରେ ସତରେ ଗଛରେ ଟଙ୍କା ଫଳୁଛି । ଏହି ଗଛଟି ମୁଦ୍ରା ଲାଗି ରହିଛି, ଯାହାକି ପିକ୍ ଡିଷ୍ଟ୍ରିକ୍ଟରେ ରହିଛି । ଏହି ଗଛଟି ପ୍ରାୟ ୧୭୦୦ ବର୍ଷ ପୁରୁଣା । ଯଦିଓ ଏହି ଗଛରେ ମୁଦ୍ରାଗୁଡ଼ିକ ଆପେ ଆପେ ଫଳିନିି, କିନ୍ତୁ ହଜାର ହଜାର ମୁଦ୍ରା ଗଛରେ ଲାଗି ରହିଛି ।

ଏହି ଗଛ ୱେଲ୍ସର ପୋର୍ଟମେରିଅନ୍ ଗାଁରେ ରହିଛି । ଏହି ଗଛ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି, ଯେଉଁଥିରେ ଲୋକମାନେ ମୁଦ୍ରା ଲଗାନ୍ତିି । ଏହି ଗଛରେ ଏପରି କୌଣସି ସ୍ଥାନ ବାକି ନାହିଁ ଯେଉଁଠାରେ ମୁଦ୍ରା ଲଗାଯାଇ ନାହିଁ । ଗଛ ଉପରେ ମୁଦ୍ରା ଲଗାଇବାର ଅନେକ ମାନ୍ୟତା ରହିଛି, ଯେଉଁଥିପାଇଁ ଲୋକମାନେ ଏହି ଗଛରେ ମୁଦ୍ରା ଲଗାନ୍ତିି ।

ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଗଛରେ ମୁଦ୍ରା ଲଗାଇବା ଦ୍ୱାରା ସେମାନଙ୍କର ଇଚ୍ଛା ପୂରଣ ହୁଏ ଏବଂ ସୁଖ, ସମୃଦ୍ଧି ମିଳିଥାଏ । କେତେକ ଲୋକ ବିଶ୍ୱାସ କରନ୍ତି କି, ସେହି ଗଛରେ କିଛି ଈଶ୍ୱରୀୟ ଶକ୍ତି ରହିଛି ।

ବିଶେଷ କଥା ହେଉଛି ଏହି ମୁଦ୍ରାଗୁଡ଼ିକ କେବଳ ବ୍ରିଟେନର ନୁହେଁ, ବରଂ ଆପଣ ବିଶ୍ୱର ସମସ୍ତ ଦେଶର ମୁଦ୍ରା ଏହି ଗଛରେ ଲାଗିଥିବା ଦେଖିବାକୁ ପାଇବେ । ଏହି ବୃକ୍ଷ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି । କିଛି ଲୋକ ନିଜ ପ୍ରିୟଜନ କିମ୍ବା ନିଜକୁ କୌଣସି ରୋଗରୁ ମୁକ୍ତି ପାଇବାକୁ ଏହି ଗଛରେ ମୁଦ୍ରା ଲଗାନ୍ତି ।

Get real time updates directly on you device, subscribe now.