fbpx

ମହିଳାଙ୍କ ସହ ଝଗଡା ପଡିଲା ଭାରି:ଘର ଉପରେ ଚଢ଼ିଲା………….

ନୋୟଡା: ମହିଳାଙ୍କ ସହ ଅସଦାଚରଣ କରିବା ପଡିଲା ଭାରି । ଘର ଭାଙ୍ଗିବା ପାଇଁ ଆସି ପହଞ୍ଚିଲା ବୁଲଡୋଜର । ବିଜେପି କିଷାନ ମୋର୍ଚ୍ଚାର ସଦସ୍ୟ ବୋଲାଉଥିବା ଶ୍ରୀକାନ୍ତ ତ୍ୟାଗିଙ୍କ ଘରେ ଚଢ଼ିଲା ବୁଲ ଡୋଜର । ରାଜନେତା ତାଙ୍କ ନିଜ ଜାଗା ଠାରୁ ଅଧିକ ଆଗକୁ ମଡାଇ ଘର କରିଥିଲେ । ଯାହାର ଫଳ ସ୍ୱରୁପ ଘର ଭାଙ୍ଗିବା ପାଇଁ ବୁଲଡୋଜର ଆସି ପହଞ୍ଚିଥିଲା । ଶ୍ରୀକାନ୍ତଙ୍କ ବେଆଇନ ଘର ଭାଙ୍ଗିବା ପାଇଁ ସରକାରୀ କର୍ତ୍ତୃପକ୍ଷ ମାନେ ପୁଲିସ କର୍ମଚାରୀଙ୍କ ସହିତ ନୋୟଡା ସେକ୍ଟର-୯୩ବି ସ୍ଥିତ ଗ୍ରାଣ୍ଡ ଓମାକ୍ସ ସୋସାଇଟି ରେ ପହଞ୍ଚିଛନ୍ତି । ଏହାସହିତ ମହିଳାଙ୍କୁ ଯେଉଁମାନେ ଗଣ୍ଡଗୋଳ କରିଥିଲେ ତାଙ୍କୁ ଅଟକ ରଖିଛନ୍ତି ।

ସୂଚନା ମୁତାବକ କିଛି ଦିନ ତଳେ ଗ୍ରାଣ୍ଡ ଓମାକ୍ସ ସୋସାଇଟି ରେ ବିଜେପି କିଷାନ ମୋର୍ଚ୍ଚା ର ସଦସ୍ୟ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଚାରା ରୋପଣକୁ ନେଇ ବିବାହ ଉପୁଜିଥିଲା ।ମହିଳା ଜଣକ ଉକ୍ତ ସ୍ଥାନରେ ଚାରା ଲଗାଇବାକୁ ମନା କରିଥିବା ବେଳେ ତ୍ୟାଗି ତାଙ୍କ କଥା ଶୁଣି ନଥିଲେ । ଓଲଟା ତାଙ୍କୁ ଜବାବ ଦେଇଥିଲେ ଯେ ଚାରା ଲଗାଇବା ତାଙ୍କ ଅଧିକାରଭୁକ୍ତ । ସେ ଯେଉଁଠାରେ ଚାହିଁବେ ସେଠାରେ ଚାରା ଲଗାଇବେ । ତେବେ ଏହି କଥାକୁ ନେଇ ଦୁଇଜଣକ ମଧ୍ୟରେ ତୁମୁଳକାଣ୍ଡ ଆରମ୍ଭ ହୋଇଥିଲା ।

 

ଏହାପରେ ତ୍ୟାଗି ତାଙ୍କ ଉପରେ ଉତକ୍ତ ହୋଇ ମହିଳା ଜଣକୁ ଆକ୍ରମଣ କରିଥିଲେ । ଏହି ଭିଡିଓ ଅଧିକ ଭାଇରାଲ ହେବାପରେ ପୋଲିସ ପାଖରେ ମଧ୍ୟ ଅଭିଯୋଗ ପହଞ୍ଚିଲା । ଏହି ଘଟଣାରେ ବିଜେପି ତାର ପକ୍ଷ ରଖି କହିଲା ଯେ ତ୍ୟାଗି ବିଜେପି ସଦସ୍ୟ ନୁହନ୍ତି । ଏହି ଘଟଣା ପରେ ତ୍ୟାଗି ଫେରାର ହୋଇଯାଇଛନ୍ତି । ଏହା ସହିତ ଏହି ମାମଲାକୁ ଠିକ ସମୟରେ ତଦନ୍ତ ନକରି ଏଥିରେ ଅବହେଳା କରୁଥିବାରୁ ଏହି ଘଟଣାରେ ଜଣେ ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

Get real time updates directly on you device, subscribe now.