fbpx

ଅର୍ଥ ହେରଫେର ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତରେ ପୂର୍ବତନ ଗୃହମନ୍ତ୍ରୀ

ନୂଆଦିଲ୍ଳୀ: ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଯାଇଛି । ପିଏମଏଲଏ ମାମଲାର ଶୁଣାଣି କରୁଥିବା ଏକ ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହି ମାମଲାରେ ଦେଶମୁଖଙ୍କୁ ପଚରା ଉଚୁରା କରିବା ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ଏନସିପି ନେତା ଦେଶମୁଖଙ୍କ ବିରୋଧରେ ଏପ୍ରିଲ ୨୧ ତାରିଖରେ ପ୍ରଥମେ ମାମଲା ରୁଜୁ କରାଯାଇଥିଲା । ଏହା ପରେ ଇଡି ପକ୍ଷରୁ ଏହି ମାମଲାର ତଦନ୍ତ ଆରମ୍ଭ କରାଯାଇଥିଲା । ପୂର୍ବତନ କମିଶନର ପରମବୀର ସିଂଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ମାସିକ ୧୦୦ କୋଟି ଟଙ୍କାର ବଟି ଆଦାୟ ପାଇଁ ଦେଶମୁଖ ଚାପ ପକାଉଥିଲେ । ଏହା ସହିତ ନିଲମ୍ବିତ ପୋଲିସ ଅଫିସର ସଚିନ୍ ଭାଜେଙ୍କ ଜରିଆରେ ସେ ୪.୭ କୋଟି ଟଙ୍କାର ବଟି ଆଦାୟ କରିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.