fbpx

Money Laundering Case: ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗୀରଙ୍କ ଉପରେ ଏହି ଅଭିଯୋଗ ଲଗାଇଲା ଇଡି, ରିମାଣ୍ଡ ନୋଟରେ ଖୁଲାସା

Advertisement

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ବିଭାଗ ମନ୍ତ୍ରୀ ଆଲମଗୀର ଆଲମଙ୍କୁ ଛଅ ଦିନିଆ ଇଡି ରିମାଣ୍ଡରେ ପଠାଯାଇଛି । ପିଏମଏମଏ କୋର୍ଟ ଇଡିର ଆବେଦନକୁ ଗ୍ରହଣ କରି ତାଙ୍କୁ ଛଅ ଦିନିଆ ରିମାଣ୍ଡରେ ପଠାଇବାର ଅନୁମତି ପ୍ରଦାନ କରିଛନ୍ତି । ମନି ଲଣ୍ଡରିଂ ଅଭିଯୋଗରେ ଆଲମଗୀର ଆଲମଙ୍କ ଗିରଫ ହୋଇଥିଲା ।

ଇଡି ରିମାଣ୍ଡ ନୋଟରେ ଅଭିଯୋଗ ଲଗାଇଛି ଯେ, ୨୦୨୩ରେ ଗିରଫ ହୋଇଥିବା ତତ୍କାଳୀନ ଚିଫ ଇଞ୍ଜିନିୟର ବୀରେନ୍ଦ୍ର କୁମାର ରାମ ଟେଣ୍ଡର ଆବଣ୍ଟନ ବଦଳରେ କମିଶନ ନେଉଥିଲେ, ଯେଉଁଥିରେ ୧.୫ କମିଶନ ମନ୍ତ୍ରୀ ଆଲମଗୀର ଆଲମଙ୍କୁ ଯାଉଥିଲା । ଇଡି ଯାଞ୍ଚ ସମୟରେ ଜାଣିବାକୁ ପାଇଛି ଯେ, ୨୦୨୨ ବର୍ଷ ଏକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଜରିଆରେ ୩ କୋଟି ଟଙ୍କା ଟେଣ୍ଡର ଆବଣ୍ଟନ ବଦଳରେ ପଠାଯାଇଥିଲା ।

ଯାଞ୍ଚ ସମୟରେ ୬ରୁ ୮ ମେ ପର୍ଯ୍ୟନ୍ତ ମନ୍ତ୍ରୀ ଆଲମଗୀର ଆଲମଙ୍କ ନିଜ ସଚିବ ସଞ୍ଜୟ ଲାଲ ଏବଂ ତାଙ୍କ ଚାକର ଜାହାଙ୍ଗୀର ଆଲମଙ୍କ ସମେତ ଅନ୍ୟ ୬ଟି ସ୍ଥାନରେ ଇଡି ରେଡ କରିଥିଲେ । ଏଠାରେ ସାଢେ ୩୭ କୋଟି ଟଙ୍କା ଜବତ କରାଯାଇଥିଲା । ତଦନ୍ତରେ ଜଣାପଡିଥିଲା ଯେ, ତାଙ୍କ ପିଏ ସଞ୍ଜୀବ ଲାଲ ଟଙ୍କା କଲେକ୍ସନର କାମ କରୁଥିଲେ ।

Get real time updates directly on you device, subscribe now.