fbpx
BJD SKY
BJD SKY

ଶିଶୁଙ୍କ ଶିକାର କରୁଛନ୍ତି ଆଦିମ ମାଙ୍କଡ଼: ଶ୍ରୀଲଙ୍କା ପରେ ଭୟଙ୍କର ଖାଦ୍ୟ ସଙ୍କଟରେ ଏହି ଦେଶ

BJD

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଶର ମେରୁଦଣ୍ଡ ଭାଙ୍ଗି ଦେଇଛି । ଖାଲି ଟଙ୍କା କିମ୍ବା ଧନରତ୍ନର ଅଭାବ ନୁହେଁ, ଏବେ ଦେଶକୁ ଶହଶହ ବର୍ଷ ପଛକୁ ଫେରାଇ ନେଇଛି ଖାଦ୍ୟାଭାବ । ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟରେ ଦେଶ ଏବେ କାଙ୍ଗାଳ ପରିସ୍ଥିତିର ସାମନା କରିଛି । କେବଳ ଶ୍ରୀଲଙ୍କା ନୁହେଁ, ମଧ୍ୟ ଏହି ସମାନ ପରିସ୍ଥିତି ଦେଖିବାକୁ ମିଳିଛି ଇଥିଓପିଆ ଦେଶରେ । ଏଠାରେ ଭୟଙ୍କର ମରୁଡ଼ି ପାଇଁ ଖାଦ୍ୟ ଅଭାବ ଭଳି ସମସ୍ୟା ସୃଷ୍ଟି ହୋଇଛି । ମଶିଷ ସହିତ ପଶୁମାନେ ମଧ୍ୟ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ପେଟକୁ ଦି ମୁଠା ଖାଦ୍ୟ ପାଇଁ ଏବେ ଜୀବଜନ୍ତୁଙ୍କ ମଧ୍ୟରେ ଚାଲିଛି ଯୁଦ୍ଧ ।

ଏହି ଯୁଦ୍ଧ ପାଇଁ ଇଥିଓପିଆର ସ୍ଥିତି ଏବେ ଆହୁରି ଭୟଙ୍କର ହେବାରେ ଲାଗିଛି । ଖାଦ୍ୟ ପାଇଁ ମାଙ୍କଡ଼ମାନେ ମଣିଷଙ୍କୁ ଆକ୍ରମଣ କରିବା ଆରମ୍ଭ କରି ଦେଇଛନ୍ତି । ‘ସେଭ ଦ ଚିଲଡ୍ରେନ’ ନାମକ ଏକ ଏନଜିଓର ସୂଚନାନୁସାରେ, ଦେଶରେ ରହୁଥିବା ମାଙ୍କଡ଼ମାନେ ଖାଦ୍ୟ ନପାଇ ଶିଶୁମାନଙ୍କୁ ଆକ୍ରମଣ କରୁଛନ୍ତି । ସେହିପରି ଗୃହପାଳିତ ପଶୁ ଓ କୁକୁଡ଼ାଙ୍କୁ ମଧ୍ୟ ମାଙ୍କଡମାନେ ଶିକାର କରୁଥିବା ଦେଖିବାକୁ ମିଳିଛି । ଏସବୁ ଭିତରେ ଏବେ ନିୟନ୍ତ୍ରଣ ବାହାରକୁ ଯାଉଛି ଦେଶର ପରିସ୍ଥିତି । ସେପଟେ ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଇଥିଓପିଆ ସରକାର ବିଫଳ ହୋଇଛନ୍ତି । ଏନଜିଓର ରିପୋର୍ଟ ଅନୁସାରେ ଦେଶର ପାଖାପାଖି ୧ଲକ୍ଷ ୮୫ ହଜାର ଶିଶୁ କୁପୋଷଣର ଶିକାର ହୋଇଥିବା ବେଳେ ଅନେକ ପରିବାର ଦେଶ ଛାଡ଼ି ପଳାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।

ଦେଶରେ ଅନେକ ଦିନରୁୁ ବର୍ଷା ହୋଇ ନଥିବାରୁ ଚାଷ କାମ ହୋଇ ପାରି ନାହିଁ । ତେବେ ଏହି ମରୁଡି ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଛି ବୋଲି କହିଛନ୍ତି ‘ସେଭ ଦ ଚିଲଡ଼୍ରେନ’ ଏନଜିଓର ଡାଇରେକ୍ଟର । ଖାଦ୍ୟ ଅଭାବରୁ ଶିଶୁମାନଙ୍କ ଶରୀରରେ କେବଳ ହାଡ଼ ହିଁ ଦେଖାଯାଉଛି । ସେପଟେ ଭୋକିଲା ମାଙ୍କଡ଼ ଏହି ଶିଶୁମାନଙ୍କୁ ଆକ୍ରମଣ କରି ଖାଇବାରେ ଲାଗିଛନ୍ତି । ଏଭଳି ଘଟଣା ପରେ ଦେଶର ଅବସ୍ଥା କେବେ ଯେ ସୁଧୁରିବ, ସେ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.