fbpx

ବର୍ଷା ପାଣିରେ ମଜା ନେଉଥିଲା ଶିଶୁ: ଘଟିଲା ଏମିତି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦେଶର ତାପମାତ୍ରା ଏତେ ଅଧିକ ଯେ ସମସ୍ତେ ଚାତକ ପରି ମୌସୁମୀକୁ ଅନାଇ ବସିଛନ୍ତି । ସେହିପରି ମୌସୁମୀ ଆସିଲେ ପିଲା ଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଭରିଯାଏ ଆନନ୍ଦ । ଏହି ମୌସୁମୀ ବର୍ଷା ପାଣିରେ ଭିଜିବାର ମଜା ଖୁବ ନିଆରା । ଛୋଟ ପିଲାମାନେ ବର୍ଷାରେ ଭିଜୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ, କିନ୍ତୁ ଏ ଭିଡିଓକୁ ଦେଖିଲେ ଆପଣଙ୍କର ପିଲାଦିନର କଥା ନିଶ୍ଚୟ ମନେ ପଡ଼ିଯିବ । ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ ।

ଏହି ଭିଡିଓରେ ଜଣେ ଛୋଟ ପିଲା ବର୍ଷାରେ ଭିଜିବାର ଭରପୂର ମଜା ଉଠାଇବାେରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ତେବେ ମଜାଦାର କଥା ହେଉଛି ବର୍ଷାରେ ଭିଜିବାର ନିଶା ଏମିତି କି ସେ ପିନ୍ଧିଥିବା ରେନ କୋଟକୁ ଓହ୍ଲାଇବା ପାଇଁ ସେ ଭୁଲିଯାଇଛି । ହଳଦିଆ ରଙ୍ଗର ଏକ ରେନକୋଟ ପିନ୍ଧିଥିବା ପିଲାଟି ବର୍ଷାର ମଜା ନେଉଛି । ତେବେ ପିଲାଟି ବର୍ଷାର ମଜା ନେବା ପାଇଁ ଏକ ଭିନ୍ନ ପ୍ରୟାସ କରିଛି । ସଡ଼କ ମଝିରେ ପିଲାଟି ଶୋଇ ବର୍ଷାର ଆଗମନକୁ ଉପଭୋଗ କରୁଥିବା ଏହି ଭିଡିଓରେ ଦେଖାଯାଇଛି ।

ତେବେ ଏହି ସୁନ୍ଦର ଏବଂ ମନଛୁଆଁ ଭିଡିଓଟି ନେଦରଲ୍ୟାଣ୍ଡର ବୋଲି ଜଣାପଡ଼ିଛି । ଏହି ହୃଦୟସ୍ପର୍ଶୀ ଭିଡିଓଟିକୁ କେହି ବି ଦେଖିଲେ ଖୁସି ହୋଇଯିବ । ଭାଇରାଲ ହୋଇଥିବା ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରିବା ସହିତ ଲାଇକ ଓ କମେଣ୍ଟ ଦେଉଛନ୍ତି । “ବୁଇଟେନଗେବିଡେନ’ ନାମକ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓଟି ଅପଲୋଡ କରାଯାଇଛି । ଭିଡିଓଟି ଏ ପର୍ଯ୍ୟନ୍ତ ୨୩ ମିଲିୟନରୁ ଅଧିକ ଥର ଦେଖା ଯାଇଥିବା ବେଳେ ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି ।

Get real time updates directly on you device, subscribe now.