fbpx

ବଏକଟ ହେଉ ‘ବ୍ରହ୍ମାସ୍ତ୍ର’! ସୋସିଆଲ ମିଡିଆରେ କାହିଁକି ଏମିତି ଦାବି କଲେ ୟୁଜର

ନୂଆଦିଲ୍ଲୀ: ରିଲିଜ ହୋଇସାରିଛି ରଣବୀର-ଆଲିଆଙ୍କ ନୂଆ ମୋଭି ବ୍ରହ୍ମାସ୍ତ୍ର । ଏବେ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି ପ୍ରଯୋଜକ ଏବଂ ଆକ୍ଟର । କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏହି ସିନେମାକୁ ନେଇ ଆରମ୍ଭ ହୋଇଛି ହଙ୍ଗାମା । ସୋସିଆଲ ମିଡିଆରେ ଏବେ ଏହି ଫିଲ୍ମକୁ ବଏକଟ କରିବା ନେଇ ଉଠିଛି ଦାବି । ଟ୍ରେଲର ରିଲିଜ ହେବା ପରେ ଟ୍ୱିଟରରେ #BoycottBrahmastra ଟ୍ରେଣ୍ଡ କରିବାରେ ଲାଗିଛି ।

ବ୍ରହ୍ମାସ୍ତ୍ରର ଟ୍ରେଲର ଦେଖିବା ପରେ ଅନେକ ଲୋକ ଏହାକୁ ହଲିଉଡ ସିନେମାର କପି ବୋଲି କହୁଛନ୍ତି । କେବଳ ସେତିକି ନୁହେଁ, ଟ୍ରେଲରରେ ଏକ ସିନକୁ ଖୁବ ନିରୀକ୍ଷଣ କରି ଦେଖିଛନ୍ତି ଦର୍ଶକ । ଯାହା ପରେ ଏକ ସିନକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଫିଲ୍ମର ଏକ ସିନରେ ରଣବୀର ଜୋତା ପିନ୍ଧି ମନ୍ଦିର ଭିତରକୁ ଯାଇଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଲୋକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି । ଫଳରେ ଏବେ ଟ୍ୱିଟର ଜଗତରେ #BoycottBrahmastra ଟ୍ରେଣ୍ଡ କରିବାରେ ଲାଗିଛି । ଅନେକ ୟୁଜର ଏହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ କରୁଛନ୍ତି ।

Brahmastra, Boycott Brahmastra, #BoycottBrahmastra, Boycott Brahmastra trend on twitter, Ranbir Kapoor, Alia Bhatt, Social Media, Viral Tweets, रणबीर कपूर, ब्रह्मास्त्र, आलिया भट्टBrahmastra, Boycott Brahmastra, #BoycottBrahmastra, Boycott Brahmastra trend on twitter, Ranbir Kapoor, Alia Bhatt, Social Media, Viral Tweets, रणबीर कपूर, ब्रह्मास्त्र, आलिया भट्ट

ଏପରିକି ଧର୍ମକୁ ନେଇ ମଧ ଏହି ଘଟଣା ବିବାଦ ଘେରରେ ଦେଖା ଦେଲାଣି । ମନ୍ଦିର ଭିତରେ ଜୋତା ପିନ୍ଧି ପ୍ରବେଶ କରିବା ସନାତନ ଧର୍ମ ପ୍ରତି ଏବଂ ଭକ୍ତମାନଙ୍କ ଭାବନାକୁ ଆଘାତ କରୁଥିବା ଅଭିଯୋଗ ହୋଇଛି । ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ସିନେମାରେ ଅନେକ ସୁପରଷ୍ଟାର ଅଭିନୟ କରିଛନ୍ତି । ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରାୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Get real time updates directly on you device, subscribe now.