ମଣିଷ ଏବଂ ମାଙ୍କଡ଼ ମଧ୍ୟରେ ବନ୍ଧୁତାର ମର୍ମସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ ସେମିତି ଏକ ନିଚ୍ଛକ ବନ୍ଧୁତାର ଭିଡିଓ ଦେଖିବାକୁ ମିଳିଛି । ଯାହା ଦେଖିବା ପରେ ଆପଣଙ୍କୁ ଭାବପ୍ରବଣ କରିଦେବ
ଭିଡିଓରେ, ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି କମ୍ବଳ ଘୋଡ଼ାଇ ବିଛଣାରେ ଶୋଇଛନ୍ତି, ଏବଂ ବହୁତ ଅସୁସ୍ଥ ଦେଖାଯାଉଛନ୍ତି। ସେ ଲଗାତର କାଶୁଛନ୍ତି। ତାଙ୍କ ପୋଷା ମାଙ୍କଡ଼ ମଧ୍ୟ ସେହି ବ୍ୟକ୍ତିଙ୍କ ପାଖରେ ଶୋଇଛି। ମାଙ୍କଡ଼ ଶୋଇବା ସମୟରେ ମଧ୍ୟ ତାଙ୍କ ବନ୍ଧୁଙ୍କ ପାଇଁ ଚିନ୍ତିତ। ଭିଡିଓରେ, ଆପଣ ଦେଖିବେ ବ୍ୟକ୍ତି କାଶିବା ମାତ୍ରେ ମାଙ୍କଡ଼ ତୁରନ୍ତ ବନ୍ଧୁ ପାଖକୁ ଯାଇ ଉଠି ତାଙ୍କ ପିଠି ଥାପୁଡ଼େଇ ଦେଉଛି । ଯାହା ଦ୍ୱାରା ସେ କାଶରୁ ଆରାମ ପାଉଛନ୍ତି। ଏହି ସମୟରେ ମାଙ୍କଡ଼ବ୍ୟକ୍ତିଙ୍କୁ କୁଣ୍ଢାଇ ପକାଉଛି । ହୁଏତ ଦେଖାଇବା ପାଇଁ ଯେ ସେ ଏକା ନୁହନ୍ତି।
ଭିଡିଓରେ ଆହୁରି ଦେଖାଉଛି ଯେତେବେଳେ ମାଙ୍କଡ଼ଟି ନିଶ୍ଚିତ କରେ ଯେ ତା’ର ବନ୍ଧୁ କାଶିବା ବନ୍ଦ କରିଛନ୍ତି, ସେ ପୁଣି ନିଜ ସ୍ଥାନରେ ଆସି ଶୋଇପଡ଼େ। କିନ୍ତୁ ବ୍ୟକ୍ତିଟି ପୁଣି ଥରେ କାଶିବା ମାତ୍ରେ ସେ ଉଠିପଡ଼େ ଏବଂ ତାଙ୍କ ଯତ୍ନ ନେବା ଆରମ୍ଭ କରେ। ଏହି ସ୍ପର୍ଶକାତର ଦୃଶ୍ୟ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଗଭୀର ସମ୍ପର୍କର ଏକ ସୁନ୍ଦର ଉଦାହରଣ। ଏହି କାରଣରୁ ଏହି ଭିଡିଓ ଲୋକମାନଙ୍କ ହୃଦୟ ଜିତିଛି।
ଇନଷ୍ଟାଗ୍ରାମରେ @babblu_badmossh ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି। ଏହାକୁ ୨ ଲକ୍ଷ ୩୫ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି। କମେଣ୍ଟରେ ଲୋକେ ମାଙ୍କଡ଼ର ଏଭଳି କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି । ଜଣେ ୟୁଜର କହିଛନ୍ତି, ସେମାନେ ମଣିଷଠାରୁ ମଧ୍ୟ ଭଲ। ଦେଖନ୍ତୁ ଏହି ସୁନ୍ଦର ମାଙ୍କଡ଼ କିପରି ତାଙ୍କ ବନ୍ଧୁର ଯତ୍ନ ନେଉଛି।’
ଜଣେ ୟୁଜର ହୃଦୟସ୍ପର୍ଶୀ ମନ୍ତବ୍ୟ ଦେଇଛନ୍ତି, କେତେବେଳେ ମୁଁ ଏହି ନିର୍ବାକ ପ୍ରାଣୀଙ୍କ ମଧ୍ୟରେ ରହିବାକୁ ଇଚ୍ଛା କରେ, କାରଣ ସେମାନଙ୍କର ପ୍ରେମ ଏତେ ସତ୍ୟ ଯେ ମଣିଷ ମଧ୍ୟ ଏପରି ହେବାର ଅଭିନୟ କରିପାରିବ ନାହିଁ। ଅନ୍ୟ ଜଣେ ୟୁଜର କହିଛନ୍ତି, ମାଙ୍କଡ଼ଟି ଯେପରି ସେହି ବ୍ୟକ୍ତିଙ୍କୁ ଆଲିଙ୍ଗନ କଲା, ତାହା ମୋର ହୃଦୟ ଜିତି ନେଇଛି।
ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଯଦି କେହି ମାନବିକତା ଶିଖିବାକୁ ଚାହାନ୍ତି, ତେବେ ଏହି ନିର୍ବାକ ପ୍ରାଣୀଠାରୁ ଶିଖନ୍ତୁ। ନଚେତ୍ ଏଠାରେ ସମସ୍ତେ ନିଜ ନିଜ ଲୋକଙ୍କୁ ଶତ୍ରୁ ବୋଲି ମାନିଥାଆନ୍ତି। ଅନ୍ୟ ଜଣେ ୟୁଜର ମତାମତ ଦେଇଛନ୍ତି, ଏହି ଭିଡିଓ ମୋତେ ଭାବପ୍ରବଣ କରିଦେଇଛି। ନିର୍ବାକ ପ୍ରାଣୀମାନେ ବହୁତ ପବିତ୍ର ହୃଦୟର, କିନ୍ତୁ କିଛି ଲୋକ ଏହା କେବେ ବୁଝିପାରିବେ ନାହିଁ।