fbpx

ଆମେରିକାରେ ଚିହ୍ନଟ ହେଲା ‘ମଙ୍କିପକ୍ସ’ ଭାଇରସ୍

ୱାଶିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାରେ ଚିହ୍ନଟ ହୋଇଛି ‘ମଙ୍କିପକ୍ସ’ ଭାଇରସ୍ । ଜଣେ କାନାଡ଼ା ଫେରନ୍ତାଙ୍କଠାରେ ଏହି ଭାଇରସ୍ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ ମଙ୍କିପକ୍ସ ଏକ ବିରଳ ମାଇରସ୍, ଯେଉଁଥିରେ ରୋଗୀ ଗୁରୁତର ହୋଇପାରନ୍ତି । ସଂକ୍ରମଣ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ରୁହେ । ମାତ୍ର ସଂକ୍ରମଣର ହାର କମ୍ ଥାଏ । ପଶ୍ଚିମ ଆଫ୍ରିକାରେ ମୁଖ୍ୟତଃ ‘ମଙ୍କିପକ୍ସ’ ଆକ୍ରାନ୍ତ ରୋଗୀ ଦେଖିବାକୁ ମିଳନ୍ତି । ୟୁକେରେ ୯ ଆକ୍ରାନ୍ତ ଚିହ୍ନଟ ପରେ ଆମେରିକାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି ।

ଡବ୍ଲୁଏସଓ ମୁତାବକ, ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ ଏହି ମଙ୍କିପକ୍ସ ଭାଇରସ୍ । ଏହି ଭାଇରସ୍ ସାଧାରଣତଃ ମଧ୍ୟ ଓ ପଶ୍ଚିମ ଆଫ୍ରିକା ଦେଶରେ ବ୍ୟାପିଥାଏ ଓ ଅନ୍ୟ ଅଞ୍ଚଳରେ ଏହାର ପ୍ରକୋପ ପକାଇଥାଏ । ଏହି ଭାଇରସ୍ ସଂକ୍ରମିତ ପଶୁ ସହ ସମ୍ପର୍କରେ ଆସିବା ଦ୍ୱାରା ବ୍ୟାପିପାରେ । ଏଥିରେ ସଂକ୍ରମିତ ହେଲେ ଜ୍ୱର, ମୁଣ୍ଡବିନ୍ଧା, ଅଣ୍ଟାବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ଓ ଦୁର୍ବଳତା ଆଦି ଲକ୍ଷଣ ଦେଖାଯିବ ।

ଏଥିରେ ସଂକ୍ରମିତ ହେବାର ପ୍ରଥମ ୫ ଦିନରେ ଶରୀରରେ ଘା’ ହୋଇଥାଏ । ପ୍ରଥମେ ଏହି ଦାଗଗୁଡକ ମୁହଁରେ ହୋଇଥାଏ ଓ ପରେ ସମ୍ପୂର୍ଣ୍ଣ ଶରୀରରେ ବ୍ୟାପିଥାଏ । ସଂକ୍ରମଣ ସମୟରେ ଏହି ଘା’ ଗୁଡିକ ଲାଲ ରଙ୍ଗର ହୋଇଥାଏ ।ଏହି ଭାଇରସରେ ମୃତ୍ୟୁ ହାର ୧୧% ହୋଇପାରେ । ପ୍ରଥମେ ଏହି ଭାଇରସ୍ ୧୯୭୦ ମସିହାରେ ଆଫ୍ରିକାର କଙ୍ଗୋରେ ହୋଇଥିଲା । ପରେ ୨୦୦୩ରେ ଏହି ଭାଇରସ୍ ଆମେରିକା ସମେତ ବିଶ୍ୱସାରା ବ୍ୟାପିଥିଲା ।

Get real time updates directly on you device, subscribe now.