fbpx

ମେ’ ୨୩ରୁ ବଦଳିଯିବ ଏହି ୫ ରାଶିର ଭାଗ୍ୟ: ଟଙ୍କା ବର୍ଷା କରିବେ ମା’ ଲକ୍ଷ୍ମୀ

ଶୁକ୍ରଦେବଙ୍କୁ ସୌଭାଗ୍ୟର ପ୍ରତୀକ କୁହାଯାଏ । ସେ ଯେବେ ନିଜ ରାଶି ପରିବର୍ତ୍ତନ କରନ୍ତି, ସେବେ ସମସ୍ତ ୧୨ ରାଶିର ଉପରେ ତାଙ୍କର ପ୍ରଭାବ ପଡ଼ିଥାଏ । ଏହି ରାଶିର ପରିବର୍ତ୍ତନ ଯୋଗୁଁ ଅନେକ ଲୋକଙ୍କ ଭାଗ୍ୟ ଖୋଲିଯାଏ । ସେମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଥାଏ । ଏଥର ଶୁକ୍ରଦେବ ମେ’ ୨୩ ରେ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ ଅର୍ଥାତ୍ ରାଶି ପରିବର୍ତ୍ତନ କରିବେ । ତେବେ ଆସନ୍ତୁ ଜାଣିବା ଏହି ପରବର୍ତ୍ତନ ଯୋଗୁଁ କେଉଁ ରାଶିର ଲୋକଙ୍କ ଉପରେ ପ୍ରଭାବ ପଡିବ…

ଧନୁ ରାଶି: କାରବାର ପାଇଁ ସମୟ ଭଲ ରହିବ । ମା’ ଲକ୍ଷ୍ମୀଙ୍କର କୃପା ରହିବ । ଆର୍ôଥକ ସ୍ଥିତିରେ ସୁଧାର ଆସିବ । ନିବେଶ ପାଇଁ ସମୟ ଭଲ । ଆୟର ଉତ୍ସ ବୃଦ୍ଧି ପାଇବ । ନୂଆ ଯାନ କିଣିପାରନ୍ତି ।

ମେଷ ରାଶି: ମା’ ଲକ୍ଷ୍ମୀଙ୍କ କୃପାରୁ ଜୀବନ ଆନନ୍ଦମୟ ହେବ । ଆର୍ôଥକ ଦିଗ ମଜଭୁତ ହେବ । ନିବେଶରୁ ଲାଭ ମିଳିବ । ଖର୍ଚ୍ଚ ହ୍ରାସ ପାଇବ । କାରବାର ପାଇଁ ଏହି ମାସ ଅତ୍ୟନ୍ତ ଶୁଭ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ବିଛା ରାଶି: କାରବାର ପାଇଁ ସମୟ ଶୁଭ ହେବ । ମା ଲକ୍ଷ୍ମୀଙ୍କ କୃପାରୁ କାମରେ ସଫଳତା ପାଇବେ । ବ୍ୟବସାୟ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ । ଧନ ଲାଭ ହେବ, କିନ୍ତୁ ଚଳିତ ବର୍ଷ ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ପଡିବ । ଆପଣ ଏକ ନୂଆ ଘର କିମ୍ବା ଯାନ କିଣିପାରିବେ ।

କୁମ୍ଭ: ମା’ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପାଇବେ । ବ୍ୟବସାୟ ଶ୍ରେଣୀ ପାଇଁ ଏହି ସମୟ କୌଣସି ବରଦାନଠାରୁ କମ୍ ନୁହେଁ । ନିବେଶ ପାଇଁ ସମୟ ଯଥେଷ୍ଟ ଭଲ । ଏକ ନୂଆ ଯାନ କିମ୍ବା ଘର କିଣିବା ପାଇଁ ସମୟ ଶୁଭ ରହିଛି । ଏହି ସମୟରେ ଧନ ଲାଭ ହେବ, କିନ୍ତୁ ଖର୍ଚ୍ଚ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ ।

ମିଥୁନ: କାରବାର ପାଇଁ ସମୟ ଶୁଭ ରହିଛି, କିନ୍ତୁ କାରବାର କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ମା’ ଲକ୍ଷ୍ମୀଙ୍କର ବିଶେଷ କୃପାହ ରହିବ । ଆର୍ôଥକ ପରିସ୍ଥିତି ବହୁତ ଭଲ ରହିବ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଭଲ ସମୟ । ଏକ ନୂଆ ଘର କିମ୍ବା ଯାନ କିଣିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.