fbpx

ରୋମାଞ୍ଚକର ମୋଡରେ IPL: ପ୍ଲେଅଫର ବାକି ଦୁଇଟି ଜାଗା ପାଇଁ ଲଢେଇ କରିବେ ୫ଟି ଟିମ

ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର୍ସକୁ ମାତ ଦେଇ ପ୍ଲେଅଫରେ ପାଦ ଥାପିଛି ସୁପର ଜିଆଣ୍ଟସ । ଗୁଜୁରାଟ ଟାଇଟନ୍ସ ପରେ ପ୍ଲେଅଫରେ ଦ୍ୱିତୀୟ ଟିମ ଭାବେ ପହଞ୍ଚିଛି ରାହୁଲ ସେନା । ତେବେ ଏହି ଦୁଇ ଜଣଙ୍କ ଏଣ୍ଟ୍ରି ପରେ ଏବେ ବି ପ୍ଲେଅଫ ପାଇଁ ଦୁଇଟି ଟିକେଟ ବାକି ରହିଛି । ଏହି ୨ଟି ସ୍ଥାନ ପାଇଁ ୫ଟି ଟିମ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି ।

IPL ୨୦୨୨ ଏବେ ରୋମାଞ୍ଚକର ମୋଡ ନେଇଛି । ଚଳିତ ସିଜନ ପାଇଁ ଦୁଇଟି ଦଳ କ୍ୱାଲିଫାଏ କରି ସାରିଥିବା ବେଳେ ବାକି ୨ଟି ସ୍ଥାନ ପାଇଁ ହେବାକୁ ଯାଉଛି ଘମାଘୋଟ ଲଢେଇ । ତେବେ ଏଥିପାଇଁ ୫ଟି ଟିମ ଦାବିଦାର ରହିଛନ୍ତି । ରାଜସ୍ଥାନ, ବାଙ୍ଗାଲୋର, ହାଇଦ୍ରବାଦ, ପଞ୍ଜାବ ଏବଂ ଦିଲ୍ଲୀ ମଧ୍ୟରୁ ୨ଟି ଦଳ ଏବେ ପ୍ଲେଅଫରେ ପହଞ୍ଚିବା ପାଇଁ ଜୋରଦାର ଚେଷ୍ଟା ଚଳାଇଛନ୍ତି । ପୂର୍ବରୁ ମୁମ୍ବାଇ ଏବଂ ଚେନ୍ନାଇ ଏହି ରେସରୁ ବାଦ ପଡିଥିବା ବେଳେ କୋଲକାତା ମଧ୍ୟରୁ ଏବେ ଏହି ପ୍ଲେଅଫରୁ ବିଦା ହୋଇଛି । ଚଳିତ ସିଜନରେ ମୋଟ ୬୬ଟି ମ୍ୟାଚ ଖେଳା ସରିଥିବା ବେଳେମାତ୍ର ୨ଟିମ କ୍ୱାଲିଫାଏ କରିବାରେ ସଫଳ ହୋଇଛି ।

ତେବେ ଏହି ଦୌଡରେ ସବୁଠୁ ଆଗରେ ରହିଛି ରାଜସ୍ଥାନ ରୋୟଲ୍ସ । ୧୩ଟି ମ୍ୟାଚରୁ ୧୬ ଅଙ୍କ ଏବଂ +୦.୩୦୪ ରନରେଟ ସହ ତୃତୀୟ ସ୍ଥାନରେ ରହିଛି ଦଳ । ବାକି ସମସ୍ତ ଦଳ ଅପେକ୍ଷା ରାଜସ୍ଥାନର ରନ ରେଟ ଯଥେଷ୍ଟ ଅଧିକ ରହିଛି । ଏହାପରେ ଚତୁର୍ଥ ସ୍ଥାନରେ ଥିବା ଦିଲ୍ଲୀ ଯଦି ମୁମ୍ବାଇ ବିପକ୍ଷରେ ବିଜୟ ହାସଲ କରିନିଏ ତେବେ ଅନ୍ୟ ସମସ୍ତ ଦଳ ପାଇଁ ଚିନ୍ତା ବଢାଇ ଦେଇ ସିଧା କ୍ୱାଲିଫାଏ କରିବାର ସୁଯୋଗ ପାଇବ । ତେବେ କେବଳ ବାଙ୍ଗାଲୋର ନିକଟରେ ୧୬ ଅଙ୍କରେ ପହଞ୍ଚିବା ପାଇଁ ସୁଯୋଗ ଥିଲେ ମଧ୍ୟ ରନ ରେଟ ଦଳ ପାଇଁ ଚିନ୍ତାର କାରଣ ସାଜିବ । ସେହିପରି ହାଇଦ୍ରବାଦ ଏବଂ ପଞ୍ଜାବ ଉଭୟ ଦଳର ରନ ରେଟ ଠିକ ଥିଲେ ମଧ୍ୟ ପ୍ଲେଅଫରେ ପହଞ୍ଚିବା ରାସ୍ତା ଖୁବ କଷ୍ଟକର ହେବ ।

Get real time updates directly on you device, subscribe now.