fbpx
BJD
BJD SKY
BJD SKY

ନିଜକୁ ଫିଟ୍ ରଖିବାରେ ମାଙ୍କଡ଼ ବି ସଜାଗ, ବ୍ୟାୟାମ ଦେଖିଲେ ଆପଣ ବି କହିବେ ୱା…

ନିଜକୁ ଫିଟ୍ ରଖିବା ପାଇଁ ମଣିଷ କେତେ କଣ ଉପାୟ ଆପଣାଏ । କିଏ ଜିମ୍ ଯାଇ ଏକ୍ସରସାଇଜ କରେ ତ କିଏ ଯୋଗ କରେ । ଆଉ କେହି କେହି ଡାଏଟ ମଧ୍ୟ ଆପଣାଇଥାଆନ୍ତି । କିନ୍ତୁ ମାଙ୍କଡ ଯେ ନିଜ ଫିଟନେସ ପାଇଁ ବାୟାମ କରିବ ଏହା ବିରଳ । କାରଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ଦେଖିଲେ ଆପଣ ବି ଜିମ ଯିବା ସହ ନିଜକୁ ଫିଟ ରଖିବାର ପାଇଁ ପ୍ରେରଣା ପାଇବେ  ।

ଭିଡିଓରେ ଏକ ମାଙ୍କଡ କିପରି ଏକ୍ସରସାଇଜ କରିବାରେ ଲାଗିପଡିଛି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ପୂରା ମଣିଷଙ୍କ ପରି ପୁସଅପ୍ ମାରୁଛି ମାଙ୍କଡ଼ । ସତେ ଯେମିତି ବଡି ବନାଇ ମେଡାଲ ହାସଲ କରିବ ।

ଏମିତି ପୁସଅପ୍ ଆପଣବି କେବେ ମାରିନଥିବେ ଏକଦମ ପରଫେକ୍ଟ ପୁସଅପ । ତେବେ ମାଙ୍କଡଟିକୁ ଜଣେ ବ୍ୟକ୍ତି ଏହି ପୁସଅପ୍ କରାଉଥିବାର ଦେଖାଯାଉଛି । ଏକ୍ସସରସାଇଜ ସରିବା ପରେ ବ୍ୟକ୍ତିଙ୍କ ସହ ମାଙ୍କଡଟି ହାତ ମିଳାଉଥିବାର ମଧ୍ୟ ନଜର ଆସୁଛି । ଫିଟନେସ ପାଇଁ ମାଙ୍କଡର କସରତ ଦେଖି ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହେବା ସହ ଅନେକ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.