fbpx

୪ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଲେ ସ୍ଥାନ: କରିଥିଲେ କିଛି ଏମିତି ଆଶ୍ଚର୍ଯ୍ୟକର ଘଟଣା

ତୁଳସୀ ଦୁଇପତ୍ରରୁ ବାସିଲା ପରି ମହକି ଉଠିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅପଣ୍ଡରା ଗ୍ରାମ ପଂଚାୟତର ଓଳାସ ଗ୍ରାମର ଝିଅ ପ୍ରଲିପ୍ତା ପ୍ରିୟଦର୍ଶିନୀ ନାୟକ ( ପରୀ ) । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ତରଫରୁ ପ୍ରଲିପ୍ତା ପ୍ରିୟଦର୍ଶିନୀ ନାୟକଙ୍କୁ ପ୍ରଶଂସାର ପାତ୍ରୀ ରୂପେ ବିବେଚିତ କରାଯାଇଛି ।

ମାତ୍ର ୪ ବର୍ଷ ୧ ମାସ ବୟସରେ ପାଦ ଥାପିଥିବା ପ୍ରଲିପ୍ତା ପ୍ରିୟଦର୍ଶିନୀ ନିମ୍ନଲିଖିତ ୧୩ଟି କାର୍ଯ୍ୟ ପାଇଁ ଏହି ମାନ୍ୟତାର ଅଧିକାରୀ ବୋଲି ଚୟନ କରାଯାଇଛି । ପ୍ରଲିପ୍ତାଙ୍କର ଏପରି କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ପରିବାରରେ ଖୁସିର ଲହରି ଖେଳାଇ ଦେଇଛି । ପ୍ରଲିପ୍ତା ଏକ ସମୟରେ ୩୦ଟି ଦେଶର ନାମ ଏବଂ ସେମାନଙ୍କର ରାଜଧାନୀର ନାମ, ଭାରତର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ସହ ସେଗୁଡିକର ରାଜଧାନୀର ନାମ, ଓଡିଶାର ସମସ୍ତ ଜିଲ୍ଲାର ନାମ, ମହାଭାରତ ଉପରେ ୩୦ଟି ପ୍ରଶ୍ନର ଉତର , ୨୩ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତର, ୩୦ଟି ଇଂରାଜୀ ଶବ୍ଦର ବିପରୀତ ଶବ୍ଦ, ୧୦ ଜଣ ପ୍ରସିଦ୍ଧ ଓଡିଆ ଲେଖକଙ୍କ ନାମ, ୮ଟି ଶ୍ଲୋକ, ଶ୍ରୀମଦ ଭଗବତ୍ ଗୀତାର ତିନୋଟି ପଦ, ୨ଟି ଇଂରାଜୀ ପାର୍ଥନା, ଉଦ୍ଭିଦର ଦୁଇଟି ଅଂଶ ସହ ଗୋଟିଏ ଜଗନ୍ନାଥ ଭଜନ ଏବଂ ସଂପୂର୍ଣ୍ଣ ହନୁମାନ ଚାଳିସା ନ ଦେଖି ବେସ୍ ନିର୍ଭୁଲ୍ ଭାବରେ ଉଚ୍ଚାରଣ କରିଦେଉଛନ୍ତି ।

ପ୍ରଲିପ୍ତା ସେଂଟ ଜୋସେଫ୍ ବାଳିକା ବିଦ୍ୟାଳୟରେ ନର୍ସରୀରେ ପାଠ ପଢୁଥିବା ବେଳେ ଏତେସବୁ କଥା ବାପା ଆଉ ମାଆଙ୍କୁ ଠାରୁ ଶିଖିଛନ୍ତି ବୋଲି କୁହନ୍ତି । ପ୍ରଲିପ୍ତାଙ୍କର ମା ସାରଳା ନାୟକ ଜଣେ ସାଧାରଣ ଗୃହିଣୀ ହୋଇଥିବା ବେଳେ, ବାପା ପବିତ୍ର ନାୟକ ଓଡିଶାର ଆଗଧାଡିର ମ୍ୟୁଜିକ କଂମ୍ପାନୀ ପବିତ୍ର ଏଂଟରଟେନମେଂଟ୍‌ର ସତ୍ୱାଧୀକାରୀ । ପ୍ରଲିପ୍ତାଙ୍କୁ ନେଇ ପରିବାର ଏବଂ ସଂପର୍କୀୟ ବେସ୍ ଆଶାବାଦୀ ଥିବାବେଳେ ପ୍ରଲିପ୍ତାଙ୍କର ଏହି କାର୍ଯ୍ୟ ସେମାନଙ୍କ ମନରେ ସତଗୁଣ ଆଶା ଭରି ଦେଇଛି ବୋଲି କହିଛନ୍ତି । ସୂଚନା ଥାଉକି ପ୍ରଲିପ୍ତା ପ୍ରିୟଦର୍ଶିନୀ ନାୟକ ( ପରୀ ) ଙ୍କ ସପରିବାର ଏବେ କଟକ ସିଡିଏ ୯ ନମ୍ବରେ ଅବସ୍ଥାନ କରୁଛନ୍ତି ।

Get real time updates directly on you device, subscribe now.