fbpx

ବିକିନି ପିନ୍ଧା ଫଟୋରେ ଟ୍ରୋଲ୍ ହୋଇଥିଲେ, ପୁଣି ଫଟୋ ଶେୟାର କରି ଜବାବ ଦେଲେ ଇରା ଖାନ…

ବିକିନି ପିନ୍ଧା ଫଟୋରେ ଟ୍ରୋଲ ହେବା ସତ୍ତ୍ୱେ ଇରା ଖାନ ପୁଣି ଥରେ ନିଜ ଜନ୍ମଦିନ ପାର୍ଟିର କିଛି ଅନସିନ ଫଟୋ ଶେୟାର କରିଛନ୍ତି । ବଲିଉଡ ଅଭିନେତା ତଥା ମିଷ୍ଟର ପରଫେକ୍ସ ଅମିର ଖାନ ଏବଂ ତାଙ୍କର ଝିଅ ଇରା ଖାନ କିଛି ଦିନରୁ ବେଶ ଚର୍ଚ୍ଚାରେ ରହିଛନ୍ତି ।

ଅମିର ନିଜ ଝିଅ ଇରା ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି । ନିକଟରେ ଇରା ଖାନ ନିଜର ୨୫ ତମ ଜନ୍ମ ଦିନ ପାଳନ କରିଥିଲେ । ନିଜ ଜନ୍ମଦିନରେ ଇରା ଖାନ ବିକିନି ପିନ୍ଧି ନିଜ ପରିବାର ଏବଂ ବନ୍ଧୁଙ୍କ ସହ ପାଳନ କରିଥିଲେ । ତାଙ୍କ ଜନ୍ମ ଦିନର ଫଟୋକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ  ଶେୟାର କରିଥିଲେ, ଯେଉଁଥିପାଇଁ  ଅମିର ଖାନଙ୍କ ସହ ଇରା ଖାନଙ୍କୁ ମଧ୍ୟ ଖୁବ ଟ୍ରୋଲ କରାଯାଇଥିଲା ।

ଇରା ଖାନ ସେ ନିଜ ଜନ୍ମଦିନରେ ବିକିନି ପିନ୍ଧି ଟ୍ରୋଲ ହୋଇଥିଲେ, କିନ୍ତୁ ଟ୍ରୋଲ କରୁଥିବା ୟୁଜରମାନଙ୍କୁ ଜବାବ ଦେବା ପୁଣି ଆହୁରି କିଛି ଫଟୋ ଶେୟାର କରିଛନ୍ତି । ପୁଣି ଥରେ ନିଜ ଜନ୍ମଦିନ ପାର୍ଟିର କିଛି ଅନ୍ସିନ୍ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସେ ବିକିନି ପିନ୍ଧି ପୁଲ୍ରେ ବନ୍ଧୁମାନଙ୍କ ସହ ମଜା କରୁଥିବା ନଜର ଆସିଛନ୍ତି । ଏହି ଫଟୋକୁ ସେ ଶେୟାର କରି ଟ୍ରୋଲରମାନଙ୍କ ପାଇଁ କ୍ୟାପସନରେ ଲେଖିଲେ, ଯଦି ସବୁ ଲୋକ ମୋର ଜନ୍ମଦିନ ଫଟୋ ପାଇଁ ମତେ ଟ୍ରୋଲ କରୁଛନ୍ତି, ତେବେ ଏଇ ନିଅନ୍ତୁ ଆହୁରି କିଛି ଫଟୋ ବାକି ଅଛି ଦେଖନ୍ତୁ, ଏଭଳି କିଛି ଲେଖି ସେ ନିଜର ଜବାବ ରଖିଛନ୍ତି ।

ଜନ୍ମଦିନରେ ବିକିନି ପିନ୍ଧି ଫଟୋ ଉଠାଇବାକୁ ନେଇ ୟୁଜର୍ସ ଇରା ଖାନଙ୍କ ସଂସ୍କାର ଉପରେ ପ୍ରଶ୍ନ ଉଠାଇଥିଲେ ଅମିର ନିଜ ଝିଅଙ୍କୁ ଏଭଳି ସଂସ୍କାର ଦେଇଥିବା ନେଇ ମଧ୍ୟ ଟ୍ରୋଲ ହୋଇଥିଲେ । ଇରାଙ୍କ ଜନ୍ମଦିନରେ ଅମିର ଖାନ ଉପସ୍ଥିତ ଥିବା ନେଇ ତାଙ୍କୁ ମଧ୍ୟ ଟ୍ରୋଲ କରାଯାଇଥିଲା ।

 

View this post on Instagram

 

A post shared by Ira Khan (@khan.ira)

Get real time updates directly on you device, subscribe now.