fbpx
BSKY SKY
BSKY SKY

ଡେଙ୍ଗୁ,ମ୍ୟାଲେରିଆ ପରି ଭୟଙ୍କର ରୋଗକୁ ସାଥିରେ ଧରି ଆସିଥାଏ ବର୍ଷା, କିପରି ନିଜକୁ ସୁରକ୍ଷିତ ରଖିିବେ ଜାଣି ନିଅନ୍ତୁ

BSKY

ନୂଆଦିଲ୍ଲୀ:ଏବେ ଦେଶର ବହୁ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି । ଏହି ବର୍ଷା ଗୋଟିଏ ପଟେ ଗରମରୁ ମୁକ୍ତି ଦେଇଥିବା ବେଳେ ଅନ୍ୟପଟେ ଏହା ବିଭିନ୍ନ ରୋଗ (ଯେପରିକି ଡେଙ୍ଗୁ, ମ୍ୟାଲେରିଆ)ର ଆଶଙ୍କାକୁ ବି ନିଜ ସାଥିରେ ନେଇକରି ଆସିଥାଏ । ତେଣୁ ବର୍ଷାଦିନେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ରହିବା ଉଚିତ । ବର୍ଷାଦିନେ ସବୁଠାରୁ ଅଧିକ ସଂକ୍ରମଣ ବାହାର ଖାଦ୍ୟରୁ ହିଁ ହୋଇଥାଏ । ତେଣୁ ବର୍ଷାଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ନିମ୍ନୋକ୍ତ ଦିଗ ଉପରେ ଦୃଷ୍ଟି ଦିଅନ୍ତୁ ।
ଫୁଟା ପାଣି ପିଅନ୍ତୁ:
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ବର୍ଷାଦିନେ ସମସ୍ତେ ଫୁଟାପାଣି ପିଇବା ଉଚିତ । ଏପରି କରିବା ଦ୍ୱାରା ପାଣିରେ ଥିବା ବ୍ୟାକ୍ଟେରିଆ କିମ୍ବା ରୋଗ ଜୀବାଣୁ ନଷ୍ଟ ହୋଇଯାଆନ୍ତି । ଏହା ବ୍ୟତିତ ପ୍ରତିଦିନ ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ଜିନିଷ ବାହାରକୁ ଆସିଯାଏ ।
କମ୍ ଲୁଣ ଖାଆନ୍ତୁ:
ବର୍ଷାଦିନେ ଆମେ କମ୍ ଲୁଣ କିମ୍ବା ସ୍ୱାଦ ଅନୁସାରେ ଲୁଣ ଖାଇବା ଉଚିତ । ଲୁଣ ଶରୀରରେ ସୋଡିୟମର ମାତ୍ରା ବୃଦ୍ଧି କରିଥାଏ । ଯାହା ଆଗକୁ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ହୃଦରୋଗ, ମଧୁମେହ , ହାଇପରଟେନସନ୍ ପରି ରୋଗରେ ପୀଡିତ ବ୍ୟକ୍ତି ଲୁଣ କମ୍ ଖାଇବା ଉଚିତ ।
ବର୍ଷାଦିନିଆ ଫଳ ଖାଆନ୍ତୁ:
ବର୍ଷାଦିନେ କେବଳ ସିଜନାଲ୍ ଫ୍ରୁଟ୍ ହିଁ ଖାଆନ୍ତୁ । ଏଇ ଯେପରି ଜାମୁକୋଳି, ଅମୃତଭଣ୍ଡା, ସେଓ, ନାସପାତି, ଡାଳିମ୍ବ, ପିଚ୍ ଇତ୍ୟାଦି ଖାଆନ୍ତୁ । ଏଡି ସମସ୍ତ ଫଳରୁ ମିଳୁଥିବା ପୁଷ୍ଟିସାର ଆପଣଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣ, ଆଲର୍ଜି ଏବଂ ସାଧାରଣ ରୋଗରୁ ସୁରକ୍ଷା ଦେଇଥାଏ ।
୮ ଘଣ୍ଟା ଶୁଅନ୍ତୁ:
ବର୍ଷାଦିନେ ଆମେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବା ଉଚିତ । ଏଥିମଧ୍ୟରେ ରହିଛି ଡ୍ରାଏ ଫ୍ରୁଟସ୍, ଭେଜିଟେବଲ ସୁପ୍, ବିଟ୍, ଟୋଫୁ ପରି ଖାଦ୍ୟ । ଏହା ବ୍ୟତିତ ଦୈନିକ ୭ରୁ ୮ ଘଣ୍ଟା ପର୍ଯ୍ୟାପ୍ତ ନିଦ୍ରା ବି ଆବଶ୍ୟକ ।
ଷ୍ଟ୍ରିଟ୍ ଫୁଡ୍ ଠାରୁ ଦୂରେଇ ରହନ୍ତୁ:
ବର୍ଷାଦିନେ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ସମସ୍ତଙ୍କର ଭାରି ଇଚ୍ଛା ହୋଇଥାଏ । କିନ୍ତୁ ଆପଣ ଟିକେ ବି ସ୍ୱାସ୍ଥ୍ୟ ସଚେତନ ହୋଇଥିଲେ ଷ୍ଟ୍ରିଟ୍ ଫୁଡ୍ ଆଦୌ ଛୁଅନ୍ତୁ ନାହିଁ । ଷ୍ଟ୍ରିଟ୍ ଫୁଡ୍ ପ୍ରସ୍ତୁତି ସମୟରେ ପରିଷ୍କାର ପରିଚ୍ଛନ୍ନତାକୁ ଆଦୌ ଦୃଷ୍ଟି ଦିଆଯାଏ ନାହିଁ । ବହୁ ସମୟରେ ତେଲ ଭାଜି ଜିନିଷ ଖାଇବା ଦ୍ୱାରା ପେଟ ସମସ୍ୟା ଉତ୍ପନ୍ନ ହୋଇଥାଏ ।
କଞ୍ଚା ଖାଦ୍ୟ ଖାଆନ୍ତୁ ନାହିଁ:
ବର୍ଷାଦିନେ ଶରୀରର ମେଟାବଲିଜିମ୍ ବହୁତ ଧୀରେ କାମ କରିଥାଏ । ଏଣୁ ଖାଦ୍ୟ ବହୁତ ଡେରିରେ ହଜମ ହୋଇଥାଏ । ବର୍ଷାଦିନେ ବାହାରୁ ଜୁସ୍ କିମ୍ବା ସାଲାଡ୍୍ ଖାଆନ୍ତୁ ନାହିଁ । ବହୁ ସମୟ ଧରି କଟା ହୋଇ ରହିଥିବା ଫଳ ବି ଖାଆନ୍ତୁ ନାହିଁ ।

 

Get real time updates directly on you device, subscribe now.