fbpx

ସେପ୍ଟେମ୍ବର ୧ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୯ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନ ନେଇ ସୋମବାର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ହୋଇଛି ଚିଠି । ଏଥର ମୌସୁମୀ ଅଧିବେଶନ ପାଇଁ ୮ଟି କାର୍ଯ୍ୟ ଦିବସ ରହିଛି । କେବଳ ୫ ତାରିଖ ରବିବାର ଛାଡ଼ି ବାକି ୮ ଦିନ ହେବ କାର୍ଯ୍ୟ ଦିବସ । ସେହିଭଳି ୮ ଦିନରୁ ୭ ଦିନ ଅଫିସିଆଲ ବିଜିନେସ୍ ପାଇଁ ନିର୍ଘଣ୍ଟ ହୋଇଥିବାବେଳେ ୩ ତାରିଖ ଦିନଟିଏ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.