fbpx

ଅଦାନୀ ଗ୍ରୁପ ପାଇଁ ଖୁସି ଖବର, ଚାରୋଟି କମ୍ପନୀର ଆଉଟଲୁକକୁ ଅପଗ୍ରେଡ କଲା Moody’s

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି । ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ଅଦାନୀ ଗ୍ରୁପର ଚାରୋଟି କାମ୍ପାନୀଙ୍କୁ ଅପଗ୍ରେଟ କରିବା ପାଇଁ ନିଷ୍ପତ୍ତି ନେଇଛି । ଆମେରିକା ସର୍ଟସେଲର ହିନ୍ଦେନବର୍ଗ ରିସର୍ଚର ରିପୋର୍ଟ ସାମ୍ନାକୁ ଆସିବା ପରେ ମୁଡିଜ ଅଦାନୀ ଗ୍ରୁପର ଏହି ଚାରୋଟି କମ୍ପାନୀର ଆଉଟଲୁକକୁ ଡାଉନଗ୍ରେଟ କରି ନେଗେଟିଭ କରିଦେଇଛନ୍ତି । ହେଲେ ବର୍ତ୍ତମାନ ମୁଡିଜ୍ ଏହାକୁ ଅପଗ୍ରେଡ କରି ସ୍ଥିର କରିଦେଇଛି ।

ରେଟିଂ ଏଜେନ୍ସି ମୁଡିଜ୍ ଅଦାନୀ ଗ୍ରୀନ ଏନର୍ଜି, ଅଦାନୀ ରେଷ୍ଟ୍ରିକ୍ଟଡ ଗ୍ରୁପ, ଅଦାନୀ ଟ୍ରାନ୍ସମିଶନ ଷ୍ଟେପୱାନ ଏବଂ ଅଦାନୀ ଇଲେକ୍ଟ୍ରିସିଟି ମୁମ୍ବାଇର ରେଟିଂଗକୁ ନେଗେଟିଭରୁ ଅପଗ୍ରେଟ କରି ଷ୍ଟେବଲ କରିଦେଇଛି । ଗତ ବର୍ଷ ଫେବୃଆରୀ ୨୦୨୩ରେ ହିନ୍ଦେନବର୍ଗର ରିସର୍ଚ ରିପୋର୍ଟ ସାମ୍ନାକୁ ଆସିବା ପରେ ମୁଡିଜ୍ ଏହି ଚାରୋଟି କମ୍ପାନୀର ଆଉଟଲୁକର ସମୀକ୍ଷା କରି ଷ୍ଟେବଲରୁ ହଟାଇ ନେଗେଟିଭ କରିଦେଇଥିଲା । ମୁଡିଜ୍ ସେତେବେଳେ କ୍ୟାପିଟାଲର ଆକ୍ସେସ ଏବଂ କ୍ୟାପିଟାଲ ଲସକୁ ନେଇ ଚିନ୍ତା ପ୍ରକଟ କରିଥିଲା ।

ମୁଡିଜ୍ ଅଦାନୀ ପୋର୍ଟସ ଆଣ୍ଡ ଏସଇଜେଡ, ଅଦାନୀ ଇଣ୍ଟରନାସନାଲ କଣ୍ଟେନର ଟର୍ମିନାଲ ପ୍ରାଇଭେଟ ଲିମିଟେଡ, ଅଦାନୀ ଗ୍ରୀନ ଏନର୍ଜି ରେଷ୍ଟ୍ରିକ୍ଟଡ ଗ୍ରୁପ ଏବଂ ଅଦାନୀ ଏନର୍ଜି ସଲ୍ୟୁସନଓ ଲିମିଟେଡ ରେଷ୍ଟ୍ରିକ୍ଟଡ ଗ୍ରୁପ ୱାନର ଆଉଟଲୁକକୁ ଷ୍ଟେବଲ ରେଟିଙ୍ଗ ଦେଇଛି ।

Get real time updates directly on you device, subscribe now.