fbpx

ଚନ୍ଦ୍ର ଦୂରରେ ଦେଖିଲେ ବହୁତ ସୁନ୍ଦର, ପାଖରେ ଦେଖିଲେ ଅସୁନ୍ଦର, ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ: ଆକାଶରେ ଚନ୍ଦ୍ରକୁ ଦେଖିଦେଲେ ମନ ଖୁସି ହୋଇଯାଏ । ଚନ୍ଦ୍ରର ସୌନ୍ଦର୍ଯ୍ୟକୁ ନେଇ ଅନେକ ଗୀତ ମଧ୍ୟ ରହିଛି । ଚନ୍ଦ୍ରକୁ ସର୍ବଦା ସୌନ୍ଦର୍ଯ୍ୟ ସହ ତୁଳନା କରାଯାଇଛି । ହେଲେ ଚନ୍ଦ୍ରଜାନ-୩ର ରୋବର ଯେଉଁ ଫଟୋ ପଠାଇଛି ତାହା ସଂପୂର୍ଣ୍ଣ ବିପରୀତ । କାରଣ ଚନ୍ଦ୍ରରେ ବଡ଼ ବଡ଼ ଗାତ ଥିବା ସହ, ଅସୁନ୍ଦର ଦେଖାଯାଉଛି । ତେବେ ସଂସଦରେ ମଧ୍ୟ ଚନ୍ଦ୍ରକୁ ନେଇ ଜଣେ ସାଂସଦ ଦାବି କରି ..କୁ କହିଛନ୍ତି ଯେ, ସେମାନେ ଚନ୍ଦ୍ରର ଏପରି ଅସୁନ୍ଦର ଫଟୋ ନ ପଠାନ୍ତୁ । କାରଣ ସମସ୍ତ ଭାରତୀୟ ଚନ୍ଦ୍ରକୁ ସୌନ୍ଦର୍ଯ୍ୟର ପ୍ରତୀକ ବୋଲି ଭାବନ୍ତି । ତେବେ ଆଜି ଆସନ୍ତୁ ଜାଣିବା ଚନ୍ଦ୍ରକୁ ଦୂରରେ ଦେଖିଲେ କାହିଁକି ସୁନ୍ଦର ଲାଗେ ଏବଂ ପାଖରେ ଦେଖିଲେ କାହିଁକି ଅସୁନ୍ଦର ଲାଗେ ।

ଅନ୍ଧାର ଆକାଶରେ ଚନ୍ଦ୍ରମାର ଚମକ ସମସ୍ତଙ୍କୁ ଆକର୍ଷିତ କରିଥାଏ । ହେଲେ ପ୍ରକୃତରେ ଚନ୍ଦ୍ରମାର ଏହି ଚମକ ନିଜର ନୁହେଁ । ସୂର୍ଯ୍ୟଙ୍କ ରଶ୍ମୀ ଚନ୍ଦ୍ର ଉପରେ ପଡେ ଏବଂ ତାହା ରିଫ୍ଲେକ୍ଟ ହୋଇ ସିଧାସଳଖ ପୃଥିବୀ ପୃଷ୍ଠରେ ପଡେ । ଏହି କାରଣରୁ ଆମକୁ ଚନ୍ଦ୍ରମା ଆଲୋକିତ ଦେଖାଯାଆନ୍ତି । ତେବେ ଚନ୍ଦ୍ରମାର ପ୍ରକୃତ ସୌନ୍ଦର୍ଯ୍ୟର କାରଣ ଏହା ଅଟେ ।

ଚନ୍ଦ୍ରମାକୁ ଆପଣ ଯେତେ ପାଖରେ ଦେଖିବେ ଏହା ଆପଣଙ୍କୁ ସୁନ୍ଦର ଦେଖାଯିବା ପରିବର୍ତ୍ତେ ଆପଣଙ୍କୁ ଅସୁନ୍ଦର ଦେଖାଯିବ । ଚନ୍ଦ୍ରକୁ ପାଖରେ ଦେଖିଲେ ଏହା ଅଜବ ଦେଖାଯାଏ । କାରଣ ଏହା ଉପରେ ୧୦୦୦ରୁ ଅଧିକ ଖାଲ ରହିଛି । ଚନ୍ଦ୍ରର ଚଟାଣରେ ମଧ୍ୟ ମାଟି ରହିଛି । ଚନ୍ଦ୍ରର ଏହି ଅସୁନ୍ଦରତା କାରଣରୁ ବହୁ ପୂର୍ବରୁ ଉଲକାପିଣ୍ଡ ପଡିଥିଲା । ଯେଉଁଥି ପାଇଁ ଚନ୍ଦ୍ରରେ ଖାଲ ହୋଇଯାଇଛି ।

Get real time updates directly on you device, subscribe now.