fbpx

କୋଭିଡ୍ ଦ୍ୱିତୀୟ ଲହରରେ ପ୍ରାଣ ହରାଇଛନ୍ତି ୭୧୯ ଡାକ୍ତର, ବିହାରରେ ସର୍ବାଧିକ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ସଙ୍କଟ ଏପର୍ଯ୍ୟନ୍ତ ଟଳିନି । ହେଲେ ଦ୍ରୁତ ସଂକ୍ରମଣ ବର୍ତ୍ତମାନ ନିୟନ୍ତ୍ରଣକୁ ଚାଲି ଆସିଛି । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ମାତ୍ରା ଅନେକାଂଶରେ କମିବାରେ ଲାଗିଛି । ଏଭଳି ପରିସ୍ଥିତିରେ କିନ୍ତୁ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ରହିଛି । ଏହି କ୍ରମରେ ମଙ୍ଗଳବାର ଦୈନିକ ସଂକ୍ରମଣ ଏକ ଲକ୍ଷ ତଳକୁ ଖସିଆସିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଉତଥାନ୍-ପତନ ଲାଗି ରହିଛି । ହେଲେ ଏହି ସମୟରେ ଆଗଧାଡିର ଶକ୍ତ ଯୋଦ୍ଧା ଭାବରେ ଛିଡା ହୋଇଥିବା ଡାକ୍ତର ମାନେ କିପରି ନିଜ ଜୀବନକୁ ବାଜିରେ ଲଗାଇ ରୋଗୀ ମାନଙ୍କ ସେବା ନିରନ୍ତର ଭାବେ କରିଛନ୍ତି ତାହା ସାରା ଦୁନିଆ ଦେଖିଛି ।

ହେଲେ କୋଭିଡ୍ ରୁ ନାଗରିକଙ୍କୁ ବଞ୍ଚାଇବାକୁ ଯାଇ ସେମାନେ ମଧ୍ୟ ମୃତ୍ୟୁ ମୁଖରେ ପଡିଛନ୍ତି । ତେବେ ଆଇଏମଏ ପକ୍ଷରୁ କୋଭିଡ୍ ର ଦ୍ୱିତୀୟ ଲହରରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ମୁତାବକ, ଦେଶରେ ମହାମାରୀର ଦ୍ୱିତୀୟ ଲହରରେ ୭୧୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୧୧ ଜଣ ବିହାରରେ ପ୍ରାଣ ହରାଇଛନ୍ତି । ସେହିପରି ତା ତଳକୁ ରହିଛି ଦିଲ୍ଲୀ । ସେଠାରେ ୧୦୯ଜଣ ଡାକ୍ତର ମୃତ୍ୟୁ ମୁଖରେ ପଡିଛନ୍ତି ।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଏକ ଲକ୍ଷରୁ କମ୍ ମାମଲା ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ ଦେଶରେ ଦୈନିକ ମାମଲା ସଂଖ୍ୟା ୮୪ ହଜାର ୩୩୨ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ୪ହଜାରରୁ ଅଧିକ ରୋଗୀ ପ୍ରାଣ ହରାଇଛନ୍ତି । ୪ହଜାର ୨ଜଣ କରୋନା ରୋଗୀ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.