fbpx

(Video) ଗଙ୍ଗା ନଦୀରେ ବୁଡିଗଲା ୧୭୦୦ କୋଟିରୁ ଅଧିକ ଟଙ୍କା: ଭାଙ୍ଗିଲା ନିର୍ମାଣାଧୀନ ପୋଲ

ବିହାର: ବିହାରର ଭାଗଲପୁରର ଗଙ୍ଗା ନଦୀରେ ବୁଡି ଯାଇଛି ୧୭୦୦ କୋଟିରୁ ଅଧିକ ଟଙ୍କା । ବର୍ଷ ବର୍ଷର ପ୍ରସ୍ତୁତି ଏବଂ ପରିଶ୍ରମ ଏବେ ପାଣିରେ ବୁଡି ଯାଇଛି । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ ଅନେକ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ଦୀର୍ଘ ଦିନରୁ ନଦୀର ଉଭୟ ପାଶ୍ୱର୍କୁ ସଂଯୋଗ କରିବା ପାଇଁ ପ୍ରସ୍ତୁତ ହେଉଥିବା ପୋଲ ହଠାତ୍ ଭୁଷୁଡି ପଡିଛି ।

ସୂଚନା ଅନୁଯାୟୀ, ବିହାର, ଭାଗଲପୁର ଅଞ୍ଚଳରେ ଏକ ନିର୍ମାଣାଧୀନ ପୋଲ ଅଚାନକ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଛି । ଏହି ଘଟଣାର ଏକ ଭୟାନକ ଭିଡିଓ କ୍ଲିପ ବର୍ତ୍ତମାନ ଇଣ୍ଟରନେଟରେ ଘୁରି ବୁଲୁଛି । ଭିଡିଓରେ ଦେଖାଯାଇଛି ଯେ, କିଛି ସମୟ ପରେ ପୋଲ ଭଙ୍ଗା ପୋଲର ଅଂଶବିଶେଷ ଗଙ୍ଗା ନଦୀର ପାଣିରେ ବୁଡି ଯାଇଛି । ଏହାସହିତ ପାଣିରେ ବୁଡି ଯାଇଛି ପୋଲ ପ୍ରସ୍ତୁତ କରିବା ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା । ତେବେ ଅଘଟଣରେ କୌଣସି କ୍ଷୟକ୍ଷତି ହୋଇଥିବା ରେକର୍ଡ ହୋଇନାହିଁ, କିନ୍ତୁ ଏହାକୁ ନେଇ ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ସୂଚନା ଥାଉ କି, ଏହି ପୋଲ ପ୍ରସ୍ତୁତ କରିବା ପାଇଁ ୧୭୧୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ନିମାଣାଧୀନ ପୋଲର କିଛି ଅଂଶ ମଧ୍ୟ ଏପ୍ରିଲରେ ଝଡ କାରଣରୁ କ୍ଷତି ହୋଇଥିଲା । ଖଗଡିଆ-ଅଗୱାନୀ-ସୁଲତାନଗଞ୍ଜ ମଧ୍ୟରେ ଗଙ୍ଗା ନଦୀରେ ପ୍ରସ୍ତୁତ ହେଉଥିବା ବିରାଟ ସେତୁ ଧ୍ୱଂସ ହୋଇଛି । ପୋଲର ଓପର ଅଂଶ ସମ୍ପୂର୍ଣ୍ଣ ପାଣିରେ ବୁଡି ଯାଇଛି । ଏହାପୂର୍ବରୁ ୨ ବର୍ଷ ତଳେ ମଧ୍ୟ ଏହି ପୋଲ ଭୁଷୁଡି ପଡିଥିଲା ।

Get real time updates directly on you device, subscribe now.