fbpx

ଆରମ୍ଭ ହେବ ‘କୃଷକ ପାଠଶାଳା’ ; ଏକ କୋଟି କୃଷକ ନେବେ ତାଲିମ

ନୂଆଦିଲ୍ଲୀ : କୃଷକମାନଙ୍କ ପାଇଁ ପାଠଶାଳା ଆରମ୍ଭ ହେବାକୁ ଯାଉଛି । ନୂତନ ଜ୍ଞାନ କୌଶଳ ବିନିଯୋଗରେ କିଭଳି ଅଧିକ ମାତ୍ରାରେ ଶସ୍ୟ ଅମଳ କରି ପାରିବେ ସେନେଇ କୃଷକମାନଙ୍କୁ ତାଲିମ୍ ଦିଆଯିବ । ଏବେ ମିଲେଟର ପ୍ରଚାରପ୍ରସାର ଚାଲିଥିବାରୁ ମିଲେଟ ଶସ୍ୟର ଅଧିକ ଉତ୍ପାଦନ ପାଇଁ ପ୍ରଚେଷ୍ଟା ହେବ । ତେବେ ପ୍ରଥମ କରି ଉତ୍ତରପ୍ରଦେଶର ଏହି କର୍ମଶାଳା ହେବାକୁୁ ଯାଉଛି । ସରକାର ଉତ୍ତରପ୍ରଦେଶର ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଏହି କର୍ମଶାଳାରେ ପ୍ରାୟ ଏକ କୋଟି ଚାଷୀଙ୍କୁ ତାଲିମ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୧୭ ହଜାର ଗ୍ରାମ ପଞ୍ଚାୟତରେ ଏହି ପାଠଶାଳା ଅନୁଷ୍ଠିତ ହେବ । ଏଥିପାଇଁ ସରକାର ମୋଟ ୨୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ପାଠଶାଳା ମାଧ୍ୟମରେ ବିଶେଷଜ୍ଞମାନେ କୃଷକମାନଙ୍କୁ ଟ୍ରେନିଂ ଦେବେ । ବିହନ ଠାରୁ ବୁଣିବା, ସାର, ଜଳସେଚନ ଏବଂ ଫସଲକୁ ପ୍ରାକୃତିକ ବିପର୍ୟ୍ୟୟରୁ ରକ୍ଷା କରିବା ପର୍ୟ୍ୟନ୍ତ ସମସ୍ତ ତାଲିମ ଦିଆଯିବ । ଏହି ପାଠଶାଳା ପ୍ରାୟ ୧ କୋଟି ଚାଷୀଙ୍କୁ ତାଲିମ ଦେବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ୨୦୨୨ ମସିହାରେ ୮୪ ଲକ୍ଷରୁ ଅଧିକ ଚାଷୀଙ୍କୁ ତାଲିମ ଦିଆଯାଇଥିଲା। ୨୦୧୮ରେ ଉତ୍ତରପ୍ରଦେଶ ସରକାର ଏହି ପାଠଶାଳା ଆରମ୍ଭ କରିଥିଲେ।

Get real time updates directly on you device, subscribe now.