fbpx

(Video) Big Breaking ଟ୍ରେନ ଟ୍ରାଜେଡି: ୪୮ ଘଣ୍ଟା ପରେ ବଗି ତଳୁ ଆହତ ଅବସ୍ଥାରେ ଉଦ୍ଧାର ହେଲେ ଯାତ୍ରୀ

ବାଲେଶ୍ୱର: ବାଲେଶ୍ୱର ବାହାନଗାର କରମଣ୍ଡଳ ଦୁର୍ଘଟଣାକୁ ୪୮ ଘଣ୍ଟା ବିତି ସାରିଛି । ଏହି ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ଗତ ୨ ଦିନରୁ ବାହାନଗା ଷ୍ଟେସନ ବଜାରର ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ରହିଛି । ତେବେ ଆଜି ଶେଷ ବଗିରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବଗି ତଳୁ ଉଦ୍ଧାର ହୋଇଛନ୍ତି ଆଉ ଜଣେ ଯାତ୍ରୀ । ଉଦ୍ଧାର କାରୀ ଟିମ୍ ଯାତ୍ରୀଙ୍କୁ ଜୀବନ୍ତ ଅବସ୍ତାରେ ଉଦ୍ଧାର କରିଥିବା ଜାଣିବାକୁ ମିଳିଛି । ତେବେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ଭର୍ତ୍ତି କରାଯାଇଛି । ଦୁର୍ଘଟରାକୁ ୪୮ ଘଣ୍ଟା ବିତି ଯାଇଥିବା ବେଳେ ଆଜି ଏହି ଯାତ୍ରୀଜଣକ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ।

Get real time updates directly on you device, subscribe now.