fbpx

୩ଟି ବ୍ୟାଙ୍କ ପକ୍ଷରୁ ନିଯୁକ୍ତି: ୧୭୦୦ରୁ ଅଧିକ ପଦ ପୂରଣ ହେବ, ଓଡ଼ିଶାର ପ୍ରାର୍ଥୀମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଆସିଛି ଏକ ବଡ଼ ସୁଯୋଗ । ୩ଟି ବ୍ୟାଙ୍କ ପକ୍ଷରୁ ଅନେକ ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପରି ଭାବେ ୧୭ ଶହରୁ ଅଧିକ ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଓଡ଼ିଶାର ପ୍ରାର୍ଥୀମାନେ ମଧ୍ୟ ଏଥିରେ ଆବେଦନ କରିପାରିବେ । ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଇଣ୍ଡିଆନ୍ ବ୍ୟାଙ୍କ ତରଫରୁ ୧୫୦୦ ପଦ ଖାଲି ରହିଥିବା ବେଳେ ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ୫୦ଟି ପଦ ସଂରକ୍ଷିତ ରହିଛି । ଜୁଲାଇ ୧୦ରୁ ଏଥିପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜୁଲାଇ ୩୧ ଆବେଦନର ଅନ୍ତିମ ତାରିଖ ରହିଛି । ସ୍ନାତକ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦ରୁ ୨୮ ବର୍ଷ ମଧ୍ୟରେ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଓଡ଼ିଶାର ପ୍ରାର୍ଥୀମାନେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ ।

ସେହିପରି ଜାତୀୟ ହାଉସିଂ ବ୍ୟାଙ୍କ (ଏନଏଚବି)ରେ ୪୮ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜେନେରାଲ ମ୍ୟାନେଜର (ସ୍କେଲ-୭), ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର (ସ୍କେଲ-୫), ଡେପୁଟି ମ୍ୟାନେଜର (ସ୍କେଲ-୨), ଆସିଷ୍ଟାଣ୍ଟ ମ୍ୟାନେଜର (ସ୍କେଲ-୧) ଓ ଅନ୍ୟ ପଦ ଖାଲି ରହିଛି । ପ୍ରାର୍ଥୀମାନେ ଜୁନ୍ ୨୯ରୁ ଜୁଲାଇ ୧୯ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଷୟରେ ସ୍ନାତକ / ସ୍ନାତକୋତ୍ତର ରହିଥିବା ବେଳେ ସମସ୍ତ ପଦ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ତରଫରୁ ୧୯୫ଟି ପଦ ପୂରଣ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କ ଏଜିଏମ, ଡିଜିଏମ, ଚିଫ୍ ମ୍ୟାନେଜର, ସିନିୟର ମ୍ୟାନେଜର, ମ୍ୟାନେଜର, ବିଡିଓ ଆଦି ପଦରେ ନିଯୁକ୍ତି ଦିଆଯିବ । ଜୁଲାଇ ୧୧ରୁ ୨୭ ତାରିଖ ମଧ୍ୟରେ ଏଥିପାଇଁ ଆବେଦନ ଗ୍ରହଣ କରାଯିବ ।

ଜାତୀୟ ହାଉସିଂ ବ୍ୟାଙ୍କ ଲିଙ୍କ: https://www.nhb.org.in/wp-content/uploads/2024/07/english-1-1.pdf

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲିଙ୍କ: https://bankofmaharashtra.in/writereaddata/documentlibrary/3b60f7a0-c894-43a0-9ec3-3a7bdf5df502.pdf

ଇଣ୍ଡିଆନ୍ ବ୍ୟାଙ୍କ ଲିଙ୍କ: https://www.indianbank.in/wp-content/uploads/2024/07/Detailed-advertisement-for-Engagement-of-Apprentices-under-the-Apprentices-Act-1961.pdf

Get real time updates directly on you device, subscribe now.