fbpx

୩ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର: ପ୍ରକାଶ ପାଇଲା ବିଜ୍ଞପ୍ତି, ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗରେ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଏହା ମଧ୍ୟରେ ପୁଣି ଥରେ ଆଶାୟୀଙ୍କ ପାଇଁ ଆସିଛି ବଡ଼ ସୁଯୋଗ । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ପୂରଣ ହେବ ୧ ହଜାରରୁ ଅଧିକ ପଦ । ସେନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଇଚ୍ଛୁକ ପ୍ରାର୍ଥୀମାନେ ଗ୍ରାମ ରୋଜଗାର ସେବକ, ପୋଲିସ ଡ୍ରାଇଭର, ଏସଡିଆଇପିଆରଓ ଆଦି ପଦରେ ଆବେଦନ କରିପାରିବେ ।

ଭଦ୍ରକ ଜିଲ୍ଲାରେ ୧୪୬ଟି ଗ୍ରାମ ରୋଜଗାର (ଜିଆରଏସ) ପଦ ଖାଲି ରହିଥିବା ବେଳେ ଏହାର ଆବେଦନ ତାରିଖ ନଭେମ୍ବର ୧୧ ତାରିଖ ରହିଛି । ସେହିପରି କନ୍ଧମାଳ ଜିଲ୍ଲାରେ ୧୨୫ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଅନ୍ତିମ ତାରିଖ ଅକ୍ଟୋବର ୨୪ ରହିଛି । ଅନୁଗୁଳରେ ୧୪୪ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ନଭେମ୍ବର ୧୧ ଆବେଦନର ଅନ୍ତିମ ତାରିଖ ରହିଛି । ପୁରୀରେ ୧୮୨ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଅକ୍ଟୋବର ୨୩ ଆବେଦନର ଅନ୍ତିମ ତାରିଖ ରହିଛି । ମୟୁରଭଞ୍ଜରେ ୩୫୫ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୨୧ ରହିଛି । ସମ୍ବଲପୁରରେ ୧୦୧ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୨୧ ରହିଛି । ସେହିପରି ନବରଙ୍ଗପୁରରେ ୧୫୬ଟି, ଝାରସୁଗୁଡ଼ାରେ ୬୮ଟି, ଜଗତସିଂହପୁରରେ ୧୭୨ଟି ଜିଆରଏସ ପଦ ଖାଲି ଅଛି ।

ଏଥିସହିତ ଓଡ଼ିଶାରେ ପୋଲିସର ୪୦୫ଟି ଡ୍ରାଇଭର ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୩୧ ରହିଛି । ଓଡ଼ିଶା ଲୋକସେବା ବିଭାଗ ପକ୍ଷରୁ ୩୯ଟି ଏସଡିଆଇପିଆରଓ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅକ୍ଟୋବର ୩୦ ପୂର୍ବରୁ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଓଡ଼ିଶା ପୋଲିସରେ ୧୩୬୦ଟି ସିପାହୀ / କନଷ୍ଟେବଳ ପଦ ଖାଲି ରହିଥିବା ବେଳେ ୧୭୭ଟି କନିଷ୍ଠ କିରାଣୀ ପଦ ଖାଲି ରହିଛି ।

Get real time updates directly on you device, subscribe now.