fbpx

୫ଟି ବ୍ୟାଙ୍କର ବଡ଼ ଘୋଷଣା: FD ଉପରେ ଏଣିକି ଗ୍ରାହକଙ୍କୁ ମିଳିବ ୯ ପ୍ରତିଶତରୁ ଅଧିକ ସୁଧ

ନୂଆଦିଲ୍ଲୀ: ଜନସାଧାରଣ ସର୍ବଦା ଏକ ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ସେଥିପାଇଁ ସେମାନେ ବ୍ୟାଙ୍କ, ପୋଷ୍ଟାଲ, ମ୍ୟୁଚୁଆଲ ଫଣ୍ଡ, ବଣ୍ଡ, ଶେୟାର ବଜାର ଅଧିନରେ ଆସୁଥିବା ଏକାଧିକ ନିବେଶ ସ୍କିମର ସମୀକ୍ଷା କରିଥାନ୍ତି । କିଛି ଇନଭେଷ୍ଟମେଣ୍ଟରେ ହାଇ ରିଟର୍ଣ୍ଣ ମିଳୁଥିଲେ ହେଁ ସେ କ୍ଷେତ୍ରରେ ଅଧିକ ରିସ୍କ ରହିଥାଏ । ତେଣୁ ତାହାକୁ ଅନେକ ଗ୍ରାହକମାନେ ମୁହଁ ମୋଡ଼ି ଦେଇଥାନ୍ତି । ଅଧିକାଂଶ ଗ୍ରାହକ ଶସ୍ତା, ସୁନ୍ଦର ଓ ମଜବୁତ ନିବେଶ ଅପେକ୍ଷାରେ ରହିଥାନ୍ତି ।

ତେବେ ଅନେକ ସମୟରେ ଗ୍ରାହକମାନେ ଏପରି କିଛି ଶାନଦାର ନିବେଶ ବିଷୟରେ ଜାଣିନଥାନ୍ତି । ଫଳରେ ସେମାନେ ତା’ର ଫାଇଦା ପାଇବାରୁ ବଞ୍ଚିତ ରହିଥାନ୍ତି । ତେବେ ଏପରି ସ୍ଥିତିରେ ଫିକ୍ସଡ ଡିପୋଜିଟି (ଏଫଡି) ଆପଣଙ୍କ ପାଇଁ ଏକ ବଢ଼ିଆ ବିକଳ୍ପ । ଏଥିରେ ଆପଣମାନେ ୯ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ । କିଛି ବଛା ବଛା ବ୍ୟାଙ୍କ ଗ୍ରାହକଙ୍କୁ ଏପରି ସୁଯୋଗ ଦେଉଛନ୍ତି । ଏହା ବିଷୟରେ ଗ୍ରାହକମାନେ ଜାଣିବା ନିହାତି ଜରୁରୀ ।

ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ଆକ୍ସିସ ବ୍ୟାଙ୍କର ୩୦ ମାସ ପର୍ଯ୍ୟନ୍ତ ଏଫଡିରେ ସାଧାରଣ ନାଗରିକଙ୍କୁ ୭.୨୬ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୮.୦୧ ପ୍ରତିଶତ ସୁଧ ମିଳୁଛି । ଚଳିତ ମାସ ପହିଲାରୁ ବ୍ୟାଙ୍କ ଏହି ନୂଆ ନିୟମ ଲାଗୁ କରିଛି । ଫିକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୧୦୦୦ ଦିନିଆ ଏଫଡି ଉପରେ ୯.୦୧ ପ୍ରତିଶତ ଓ ସାଧାରଣ ନାଗରିକଙ୍କୁ ୮.୪୧ ପ୍ରତିଶତ ସୁଧ ଦେଉଛି ।

ସେହିପରି ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ୧୦୦୧ ଦିନିଆ ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୯.୫୦ ପ୍ରତିଶତ ଓ ସାଧାରଣ ନାଗରିକଙ୍କୁ ୯ ପ୍ରତିଶତ ସୁଧ ପ୍ରଦାନ କରୁଛି । ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୭୦୦ ଦିନିଆ ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୯ ପ୍ରତିଶତ ଓ ସାଧାରଣ ନାଗରିକଙ୍କୁ ୮.୨୫ ପ୍ରତିଶତ ସୁଧ ଦେଉଛି । ଇକ୍ୱିଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୮୮୮ ଦିନର ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୯ ପ୍ରତିଶତ ଓ ସାଧାରଣ ନାଗରିକଙ୍କୁ ୮.୫ ପ୍ରତିଶତ ସୁଧ ଦେଉଛି ।

Get real time updates directly on you device, subscribe now.