fbpx

ସଂସଦରେ ପଶିଲା କରୋନା, ୪୦୦ରୁ ଅଧିକ କର୍ମଚାରୀ କରୋନା ପଜିଟିଭ୍

Advertisement

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସୁପ୍ରିମକୋର୍ଟ ପରେ ଏବେ ସଂସଦ ଭବନରେ ଏଣ୍ଟ୍ରି କରିଛି କୋଭିଡ୍ ଭାଇରସ୍ । ଜାନୁଆରୀ ୬ ଓ ୭ ତାରିଖରେ ସଂସଦରେ କାମ କରୁଥିବା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ କରୋନା ଟେଷ୍ଟ୍ କରାଯାଇଥିଲା । ଯେଉଁଥିରେ ୪୦୦ ଜଣଙ୍କ ଠାରୁ ଅଧିକ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଦେଶବ୍ୟାପୀ ଗତ ୨୪ ଘଣ୍ଟା ମଧ୍ୟରେ ୧.୫ ଲକ୍ଷରୁ ଅଧିକ କୋଭିଡ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧ ଲକ୍ଷ ୫୯ହଜାର ୩୭୭ ନୂତନ ମାମଲା ଚିହ୍ନଟ ହୋଇଛି । ଅର୍ଥାତ୍ ୨୪ ଘଣ୍ଟାରେ ୧୩ ପ୍ରତିଶତ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ସେହିପରି ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ହାର ସବୁଠାରୁ ଅଧିକ ।

Get real time updates directly on you device, subscribe now.