fbpx

ଆସୁଛନ୍ତି ମା’ ଦୁର୍ଗା… କେଉଁ ଦିନରୁ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ? ପୂଜା ପାଇବେ ଦୁର୍ଗତି ନାଶିନୀ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ କୁବ ଧୁମଧାମରେ ପାଳନ କରାଯାଏ ଶାରଦୀୟ ଦୁର୍ଗାପୂଜା । ଆଶ୍ୱୀନ ମାସର ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୁଏ ମା’ ଦୁର୍ଗାଙ୍କ ପୂଜାର ସମ୍ଭାର । ଏହି ଦିନରୁ ନବରାତ୍ରୀ ଆରମ୍ଭ ହେଉଥିବା ବେଳେ ଦଶମୀ ତିଥିରେ ଦଶହରା ପାଳନ କରାଯାଏ । ଚଳିତବର୍ଷ ଅକ୍ଟୋବର ୩ ତାରିଖ, ଗୁରୁବାରରୁ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ନବରାତ୍ରୀ । ଧାର୍ମିକ ମାନ୍ୟତା ଅନୁସାରେ, ନବରାତ୍ରୀରେ ମା’ ଦୁର୍ଗାଙ୍କ ୯ଟି ରୂପକୁ ଆରାଧନା କରାଯାଏ । ନବରାତ୍ରୀରେ ମା’ ଦଶଭୂଜାଙ୍କ ବିଭିନ୍ନ ରୂପକୁ ପୂଜା କରି ଆଶିଷ ଲାଭ କରିଥାନ୍ତି ଭକ୍ତ ।

ହିନ୍ଦୁ ଧର୍ମରେ ନବରାତ୍ରୀର ମହତ୍ତ୍ୱ ଖୁବ ଅଧିକ ରହିଥାଏ । ଏହା ଭିତରେ ଶାରଦୀୟ ନବରାତ୍ରୀ ହନ୍ଦୁ ଧର୍ମର ସବୁଠୁ ବଡ ପର୍ବ ଭାବରେ ପାଳନ କରାଯାଏ । ଭାରତୀୟ ପଞ୍ଚାଙ୍ଗ ଅନୁସାରେ, ଆଶ୍ୱୀନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ଆରମ୍ଭ ହୋଇ ଦଶମୀରେ ଶେଷ ହୋଇଥାଏ ଏହି ପବିତ୍ର ନବରାତ୍ରୀ । ନବରାତ୍ରୀରେ ମା ଦୁର୍ଗା ଧରାରେ ଅବତରଣ କରିଥାନ୍ତି । ଭକ୍ତଙ୍କ ଦୁଃଖ ନାଶ କରିବା ପାଇଁ ମହୀଙ୍କୁ ଓହ୍ଲାଇ ଆସନ୍ତି ଜଗତ୍ ଜନନୀ ମା’ ଦୁର୍ଗା । ୯ ଦିନରେ ୯ଟି ରୂପରେ ମା’ ମହୀଷା ମର୍ଦ୍ଦିନୀ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଦିନମାନଙ୍କରେ ମା ଦଶଭୂଜାଙ୍କର ପ୍ରତ୍ୟେକ ରୂପକୁ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ । ଏହାପରେ ନବମୀକୁ ପୂଜା କରି ବ୍ରତ ଶେଷ କରାଯାଏ । ଘରେ ଘରେ ଦେବୀଙ୍କ ସ୍ୱରୂପାଙ୍କୁ ଭୋଗ ଲଗାଯାଇଥାଏ ।

ନବରାତ୍ରୀର ୯ ଦିନରେ ବିଭିନ୍ନ ରୂପରେ ପୂଜା ପାଇଥାନ୍ତି ମା’ ଦୁର୍ଗତୀ ନାଶିନୀ । କିନ୍ତୁ ଅନେକ ସମୟରେ ତିଥିର ପରିବର୍ତ୍ତନ ଯୋଗୁଁ ଅଷ୍ଟମୀ ଏବଂ ନବମୀ ତିଥିରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, ମହିଷାସୁର ନିଜ ଶକ୍ତି ଏବଂ କ୍ଷମତାରେ ସବୁଆଡେ ହାହାକାର ସୃଷ୍ଟି କରିଥିଲା । ରାକ୍ଷସର ପ୍ରଭାବରେ ଦେବା-ଦେବୀ ମଧ୍ୟ ବିଚଳିତ ହୋଇ ଉଠିଥିଲେ । ତେଣୁ ମହିଷାସୁରକୁ ବଦ୍ଧ କରିବା ପାଇଁ ଦୁର୍ଗାଙ୍କ ରୂପରେ ମର୍ତ୍ତ୍ୟକୁ ଆସିଥିଲେ ଦେବୀ ଆଦିଶକ୍ତି । ୮ ଦିନର ଘମାଘୋଟ ଯୁଦ୍ଧ ପରେ ନବମୀ ଦିନ ମହିଷାସୁରକୁ ବଦ୍ଧ କରି ମହିଷା ମର୍ଦ୍ଦିନୀ ରୂପ ଦାରଣ କରିଥିଲେ ଜଗତଜନନୀ ଦେବୀ । ତେଣୁ ଏହିଦିନକୁ ମହାନବମୀ ତିଥି ଭାବେ ପାଳନ କରାଯାଏ । ନବମୀ ତିଥିରେ ମା ଦୁର୍ଗା ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇଥାନ୍ତି ।

Get real time updates directly on you device, subscribe now.