fbpx

ନବବଧୂ ସୁଶ୍ରୀଙ୍କୁ ମୃତ୍ୟୁ ମାମଲାରେ ଶାଶୂ ଗିରଫ: ସ୍ୱାମୀ ଓ ଶ୍ୱଶୁରଙ୍କୁ ଧରିବାକୁ ପୋଲିସର ଚଢ଼ାଉ

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋରେ ନବବଧୂୂ ସୁଶ୍ରୀ ସଂଗୀତା ବସ୍ତିଆଙ୍କ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ନବବଧୂଙ୍କ ଶାଶୂଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ଅନ୍ୟପଟେ ଫେରାର ଥିବା ସ୍ୱାମୀ ପ୍ରବୀଣ ଚନ୍ଦ୍ର ନାୟକ ଓ ଶଶୁରଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି । ଏହା ସହ ନବବଧୂଙ୍କ ମୋବାଇଲର ସିଡିଆର ଯାଞ୍ଚ କରୁଛି ପୋଲିସ ।

ତେବେ ସୁଶ୍ରୀଙ୍କୁ ଶାଶୂ ଅଧିକ ଯୌତୁକ ନିର୍ଯାତନା ଦେଉଥିବା ନେଇ ପ୍ରମାଣ ହାତେଇବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏଯାଏଁ ହସ୍ତଗତ ହୋଇ ପାରିନାହିଁ । ଉଲ୍ଲେଖଯୋଗ୍ୟ, ସ୍ୱାମୀଙ୍କ ପରକୀୟାପ୍ରୀତି ଓ ଶ୍ୱଶୂର ଘରଲୋକ ଯୌତୁକ ପାଇଁ ନିର୍ଯାତନା ହେତୁ ଦୀପାବଳିରେ ନବବଧୂ ସୁଶ୍ରୀ ସଂଗୀତା ବସ୍ତିଆ ଜୀବନ ହାରିଥିବା ଅଭିଯୋଗ ହୋଇଛି । ସେପେଟ ସଂଗୀତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ବାବୁଲି ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ସଙ୍ଗୀତା ଗତବର୍ଷ ଜାନୁଆରି ୨୦ରେ ତମାଣ୍ଡୋର ଜିତେନ୍ଦ୍ର ନାୟକଙ୍କ ପୁଅ ପ୍ରବୀଣଙ୍କୁ ବିବାହ କରିଥିଲେ । ଶ୍ୱଶୂର ଘରଲୋକଙ୍କ ଦାବି ମୁତାବକ, ବାବୁଲି ନଗଦ ୨ଲକ୍ଷ ଟଙ୍କା, ୧୦ଭରିର ସୁନାଗହଣା, ଟିଭି, ଫ୍ରିଜ୍ ଓ ଅନ୍ୟାନ୍ୟ ଆସବାବପତ୍ର ଦେଇଥିଲେ । ବାହାଘର ପରେ ଶାଶୂଘର ଲୋକ ଯୌତୁକ ନିର୍ଯ୍ୟାତନା ଦେବା ସହ ପ୍ରବୀଣଙ୍କର ପରକୀୟା ସଂପର୍କ ଥିବା ସଙ୍ଗୀତା ଜାଣିଥିଲେ । ଏହି କାରଣ ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.