fbpx
BJD SKY
BJD SKY

ଲୋକସଭା ନିର୍ବାଚନ ପୂର୍ବରୁ ଭକ୍ତଙ୍କ ପାଇଁ ଖୋଲିବ ରାମ ମନ୍ଦିରର ଦ୍ଵାର, ୧୦୦୦ ବର୍ଷ ଧରି ରହିବ ଭବ୍ୟତା

BJD

ଅଯୋଧ୍ୟା: ଅଯୋଧ୍ୟାରେ ଭଗବାନ ରାମଲଲାଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ ଜୋରସୋରରେ ଆଗେଇ ଚାଲିଛି। ଭକ୍ତ ଅପେକ୍ଷା କରିଛନ୍ତି କେବେ କାମ ସରିବ ଏବଂ କେବେ ସେମାନେ ମନ୍ଦିର ଭିତରେ ଭଗବାନ ରାମଚନ୍ଦ୍ରଙ୍କ ଦର୍ଶନ କରିବେ। ସୂଚନା ଅନୁଯାୟୀ, ମକର ସଂକ୍ରାନ୍ତି ଦିନ ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନା ପରେ ୨୦୨୪ ଜାନୁଆରୀ ମାସରେ ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲି ଦିଆଯିବ। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ମନ୍ଦିର ଭୂକମ୍ପ ପ୍ରତିରୋଧୀ ରହିବ। ମନ୍ଦିରର ଆୟୁଷ ଯେମିତି ୧୦୦୦ ବର୍ଷରୁ ଅଧିକ ରହିବ ସେ ନେଇ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି।

ରାମ ମନ୍ଦିରର ନିର୍ମାଣରେ ୩୯୨ ଖମ୍ଵ ରହିଛି ଏବଂ ୧୨ କବାଟ ଲଗାଯାଉଛି। ବିନା ଲୁହାର ଛଡରେ ଏହାର ନିର୍ମାଣ କରାଯାଉଛି। ଟ୍ରଷ୍ଟର ସଦସ୍ୟଙ୍କ ଅନୁସାରେ ପଥରକୁ ଜୋଡିବା ପାଇଁ ଲୁହାର ବଦଳରେ ତମ୍ଵା ଚିପ୍ସର ବ୍ୟବହାର କରାଯାଉଛି।ମୁଖ୍ୟ ମନ୍ଦିରର ଆକାର ୩୫୦ଙ୍ଘ୨୫୦ ଫିଟ୍ ରହିବ। ଚମ୍ପତ ରାୟଙ୍କ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ମନ୍ଦିର ଖୋଲିବା ପରେ ଏହାର ଆଖପାଖ ପାଞ୍ଚ କିଲୋମିଟର ପରିଧିରେ ଲୋକଙ୍କ ଯାତାୟତ ଏବଂ ଗମନାଗମନ କେମିତି ରହିବ ସେ ଉପରେ ଆକଳନ କରାଯାଉଛି। ୧୮୦୦ କୋଟି ବଜେଟରେ ମନ୍ଦିରର ନିର୍ମାଣ କରାଯାଉଛି। ମନ୍ଦିରର ନିର୍ମାଣ କାମ ୫୦ ପ୍ରତିଶତ ପୂରା ହୋଇ ସାରିଛି। କାମର ଗତି ଏବଂ ଗୁଣବତ୍ତା ବେଶ ସନ୍ତୋଷଜନକ ରହିଥିବା ସେ କହିଛନ୍ତି।

ଗର୍ଭଗୃହ ଭିତରେ ୧୬୦ ଖମ୍ବ ରହିବ। ପ୍ରଥମ ମହଲାରେ ମୋଟ୍ ୮୨ ଖମ୍ବ ରହିବ। ମୋଟାମୋଟି ସରଞ୍ଚନାରେ ସାଗୁଆନର କାଠରେ ନିର୍ମିତ ୧୨ ପ୍ରବେଶ ଦ୍ଵାର ରହିବ। ମନ୍ଦିରର ମୁଖ୍ୟ ଶିଖରରୁ ପୂର୍ବ ଦିଗରେ ଆଗକୁ ତିନି ମଣ୍ଡପ ରହିବ ଅର୍ଥାତ ୩ ଛୋଟ ଶିଖର ରହିବ। ଏହାକୁ ଗୁଣ ମଣ୍ଡପ, ରଙ୍ଗ ମଣ୍ଡପ ଏବଂ ନୃତ୍ୟ ମଣ୍ଡପ କୁହାଯାଏ। ମନ୍ଦିରର ପୂର୍ବ ଦିଗରେ ସିଂହଦ୍ଵାର ରହିବ। ଗୁଣ ମଣ୍ଡପର ଉଭୟ ପାର୍ଶ୍ଵରେ ଆଉ ଦୁଇଟି ମଣ୍ଡପ ତିଆରି ହେବ। ମୋଟ୍ ୫ ଶିଖର ସହିତ ମନ୍ଦିର ନିର୍ମାଣ ହେବ। ମନ୍ଦିର ନିର୍ମାଣରେ ବୈଜ୍ଞାନିକ ପଦ୍ଧତିର ବ୍ୟବହାର କରାଯାଉଛି। ମନ୍ଦିରର ପ୍ରତିଟି ଜିନିଷକୁ ବହୁତ ଖାସ୍ ଏବଂ ଭବ୍ୟତାର ସହ ସୁଶୋଭିତ କରିବାକୁ ଉଦ୍ୟମ ଜାରି ରହିଛି। ରାମଲଲାଙ୍କ ମନ୍ଦିରରେ ଲାଗିବାକୁ ଥିବା ବିଜୟ ପତାକାକୁ ୧୦ରୁ ୧୫ କ୍ଵିଣ୍ଟାଲ ଓଜନର ସ୍ତମ୍ଭ ଉପରେ ଲଗାଯିବ।

Get real time updates directly on you device, subscribe now.