fbpx

MOTN ସର୍ଭେ ରିପୋର୍ଟ ସାମ୍ନାକୁ ଆସିଲା: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଖୋଲିଲା ଅନେକ ରହସ୍ୟର ଗୁମର

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ପହିଲାରେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଗ୍ରହଣ କରାଯିବ । ଏହାପରେ ଅକ୍ଟୋବର ୪ରେ ଫଳାଫଳ ସାମ୍ନାକୁ ଆସିବ । ତେବେ ନିର୍ବାଚନ ପୂର୍ବରୁ ମୋଡ୍ ଅଫ୍ ଦି ନେସନ (MOTN) ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରୁ ଜନତା ବିଭିନ୍ନ ରାଜନୈତିକ ଦଳ, ସରକାର, ନେତାଙ୍କୁ ନେଇ ଅନେକ ତଥ୍ୟ ପାଇ ପାରିଛନ୍ତି । ଜୁଲାଇ ୧୫ରୁ ଅଗଷ୍ଟ ୧୦ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିବା ବେଳେ ଏହାର ସାମ୍ପୂଲ ସର୍ଭେ ୧,୩୬,୪୬୩ ରଖାଯାଇଥିଲା ।

ସର୍ଭେ ମୁତାବକ, ରାଜ୍ୟର ୨୭ ପ୍ରତିଶତ ଲୋକ ସରକାରଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ରହିଥିବା ବେଳେ ୪୪ ପ୍ରତିଶତ ଅସନ୍ତୁଷ୍ଟ ଅଟନ୍ତି । ସେହିପରି ୨୫ ପ୍ରତିଶତ ଲୋକ ସରକାରଙ୍କ କାର୍ଯ୍ୟରେ ଅତ୍ୟନ୍ତ ଖୁସି ରହିଛନ୍ତି । ୨୯ ପ୍ରତିଶତ ଲୋକ ସାଂସଦଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ରହିଥିବା ବେଳେ ୨୧ ପ୍ରତିଶତ ଅତ୍ୟନ୍ତ ସନ୍ତୁଷ୍ଟ ଓ ୩୮ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଟନ୍ତି । ସେହିପରି ୩୩ ପ୍ରତିଶତ ଜନତା ବିଧାୟକଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିଥିବା ବେଳେ ୨୦ ପ୍ରତିଶତ ଅତ୍ୟନ୍ତ ସନ୍ତୁଷ୍ଟ ଓ ୪୦ ପ୍ରତିଶତ ଅସନ୍ତୁଷ୍ଟ ରହିଛନ୍ତି ।

ବେରୋଜଗାରୀକୁ ରାଜ୍ୟର ୪୫ ପ୍ରତିଶତ ଲୋକ ସବୁଠାରୁ ବଡ଼ ପ୍ରସଙ୍ଗ ବୋଲି କହିଛନ୍ତି । ମାତ୍ର ୩ ପ୍ରତିଶତ ଲୋକ କରପସନକୁ ଓ ୧୪ ପ୍ରତିଶତ ଲୋକ ମହଙ୍ଗାକୁ ବଡ଼ ପ୍ରସଙ୍ଗ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ ରାଜ୍ୟର ୫୧ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମ ପସନ୍ଦ ବୋଲି କହିଥିବା ବେଳେ ୪୧ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କୁ ବାଛିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୩୬.୭ ପ୍ରତିଶତ ଭୋଟ ସହିତ ୪୦ ପ୍ରତିଶତ ଆସନରେ ଜିତିଥିଲା । ସେହିପରି କଂଗ୍ରେସ ୨୮.୨ ପ୍ରତିଶତ ଭୋଟ ସହିତ ୩୧ଟି ଆସନରେ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା । ଜନନାୟକ ଜନତା ପାର୍ଟି (ଜେଜେପି) ୧୪.୯ ପ୍ରତିଶତ ଭୋଟ ସହିତ ୧୦ଟି ଆସନ ହାତେଇଥିଲା ।

Get real time updates directly on you device, subscribe now.