fbpx

ଦୁଷ୍କର୍ମ ଘଟଣାରେ ମୌଲବୀକୁ ଅଜୀବନ ଜେଲ ଦଣ୍ଡ ଦେଲେ ନ୍ୟାୟଧୀଶ: ପରେ କଲେ ଏମିତି କାମ

କୋଟା: ଦୁନିଆରେ ବଢୁଛି ଦୁଷ୍କର୍ମ । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସିବା ସହିତ କୋର୍ଟରେ ମଧ୍ୟ ଏମିତି ଅନେକ ମାମଲା ମଣିଷ ଜାତି ଏବଂ ମଣିଷତ୍ୱକୁ ନିନ୍ଦା କରୁଛି । ଯବତୀଙ୍କଠାରୁ ଆରମ୍ଭ କରି ବୃଦ୍ଧା ଏବଂ ଛୋଟ ଛୁଆ ମଧ୍ୟ ଏହି ବିକୃତ ମାନସିକତାର ଶିକାର ହେଉଛନ୍ତି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କୋଟା ଜିଲ୍ଳାରେ । ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ମୌଲବୀକୁ ଆଜୀବନ କରାଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।

ତେବେ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇବା ସମୟରେ ନିଜେ ଭାବୁକ ହୋଇଯାଇଛନ୍ତି ପୋସ୍କୋ କୋର୍ଟର ବିଚାରପତି । ପୀଡିତାଙ୍କୁ ନ୍ୟାୟ ଦେବା ପରେ ତାଙ୍କ ପାଇଁ ସେ ଏକ କବିତା ଲେଖିଛନ୍ତି । “ହେ ମୋର କୁନି ପରୀ ରାଣୀ, ତୁମେ ଖୁସି ହୋଇଯାଓ, ତୁମକୁ କନ୍ଦାଇଥିବା ଦୁଷ୍ଟ ରାକ୍ଷସକୁ ଆମେ ସାରା ଜୀବନ ପାଇଁ ଜେଲ ପଠାଇ ଦେଇଛୁ । ଏବେ ତୁମେ ନିର୍ଭୟରେ ନିଜ ସପନ ସହ ଆକାଶରେ ଉଡି ପାରିବ । ତୁମକୁ ସର୍ବଦା ହସୁଥିବାର ଦେଖିବାକୁ ଚାହୁଁ ଆମେ ।” ଏମିତି କିଛି ଲେଖି ପୀଡିତାଙ୍କୁ ନ୍ୟାୟ ଦେଇଛନ୍ତି ପୋସ୍କୋ କୋର୍ଟର ବିଚାରପତି ଦୀପକ ଦୁବେ । ଦୀର୍ଘ ୬ ମାସରୁ ନ୍ୟାୟର ଅପେକ୍ଷାରେ ରହିଥିବା ପୀଡିତାକୁ ଆଜି ମିଳିଛି ଉଚିତ ନ୍ୟାୟ । ଅଭିଯୁକ୍ତ ମୌଲବୀକୁ କୋର୍ଯ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ।

ସୂଚନା ଅନୁସାରେ, ଗତ ବର୍ଷ ନଭେମ୍ବର ୧୩ ତାରିଖରେ ପଢିବା ପାଇଁ ମୌଲବୀ ନିକଟକୁ ଯାଇଥିଲା ପୀଡିତା । କିନ୍ତୁ ଫେରିବା ପରେ ମୌଲବୀ ଦ୍ୱାରା ତାକୁ କରାଯାଇଥିବା ଅକଥନୀୟ ଅତ୍ୟାଚାର ବିଷୟରେ ପରିବାର ଲୋକଙ୍କୁ ସବୁ କହିଥିଲା । ଏହାପରେ ପୋଲିସରେ ଅଭିଯୋଗ କରିବାରୁ ୧୪ ତାରିଖ ମୌଲବୀକୁ ଗିରଫ କରାଯାଇଥିଲା । ତେବେ ସମସ୍ତ ସାକ୍ଷୀ ଏବଂ ପ୍ରମାଣକୁ ଭିତ୍ତି କରାି ଆଜି ମୌଲବୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ବିଚାରପତି ଦୀପକ ଦୁବେ ।

Get real time updates directly on you device, subscribe now.