fbpx

ପ୍ରତି ପର୍ବତାରୋହୀ ଜମା କରୁଛନ୍ତି ୮ କିଲୋ ଆବର୍ଜନା

ନୂଆଦିଲ୍ଲୀ:ବରଫର ଚାଦରରେ ଆବୃତ୍ତ ହୋଇ ରହିଥିôବା ବିଶ୍ୱର ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗ ଏଭରେଷ୍ଟ ଏବେ ଅଳିଆର ପାହାଡ ରୂପ ନେବାକୁ ଯାଉଛି । ଏବେ ସେଠାରେ ଯେଉଁଠି ଦେଖିବ ସେଠି ଖାଲି ଅଳିଆ ହିଁ ଅଳିଆ । ବେସ୍ କ୍ୟାମ୍ପ ପାଖରେ ଶହ ଶହ ଖାଲି ପଡିଥିବା ଫୁଡ୍ କଣ୍ଟେନର, ଅକ୍ସିଜେନ୍ ଟ୍ୟାଙ୍କ, ର୍ୟାପର ଏଣେତେଣେ ପଡି ରହିଛି । ଏତେ ଉଚ୍ଚତାରେ ବି ଲୋକମାନେ ଆବର୍ଜନା ଜମା କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି । ଟୁଇଟରରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଆପଣ ଏଭରେଷ୍ଟର ଏପରି ଅବସ୍ଥା ଦେଖି ନଶ୍ଚୟ ମ୍ରିୟମାଣ ହୋଇପଡିବେ ।

ଆଜିକୁ ଠିକ୍ ୭୦ ବର୍ଷ ପୂର୍ବେ ତେନଜିଂ ନୋର୍ଗେ ଓ ଏଡମଣ୍ଡ ହିଲାରୀ ମାଉଣ୍ଟ ଏଭରେଷ୍ଟର ଶୀର୍ଷରେ ପହଞ୍ôଚ ବିଶ୍ୱର ସବୁଠାରୁ ଉଚ୍ଚ ପାହାଡର ଶୀର୍ଷରେ ପହଞ୍ôଚବାର ରେକର୍ଡ କରିଥିଲେ । ଏହା ପରଠାରୁ ପ୍ରତିବର୍ଷ ଶହ ଶହ ଲୋକ ଏଭରେଷ୍ଟ ଆରୋହଣ କରିବାରେ ଲାଗିଛନ୍ତି । ବହୁ ଲୋକ ମନର ସଉକ ମେଣ୍ଟାଇବା ଲାଗି ଏଭରେଷ୍ଟ ଆରୋହଣ କରିବାକୁ ଯାଉଛନ୍ତି । ଧନୀ ପର୍ବତାରୋହୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏମାନେ ପରିବେଶ ପ୍ରତି ସଂପୂର୍ଣ୍ଣ ଭାବରେ ବିମୁଖ । ନ୍ୟାସନାଲ୍ ଜିଓଗ୍ରାଫିକ୍ର ଏକ ଅନୁମାନ ଅନୁସାରେ ଏଭରେଷ୍ଟ ଆରୋହଣ କରୁଥିବା ପ୍ରତି ପର୍ବତାରୋହୀ ପ୍ରାୟ ୮ କିଲୋଗ୍ରାମ ଆବର୍ଜନା ଜମା କରି ଆସୁଛନ୍ତି । ଏଥି ମଧ୍ୟରେ ରହିଛି ଫୁଡ୍ କଣ୍ଟେନର, ଟେଣ୍ଟ ଓ ଖାଲି ଅକ୍ସିଜେନ୍ ଟ୍ୟାଙ୍କ ଇତ୍ୟାଦି । ଏହି ସବୁ ଅଳିଆ ଆବର୍ଜନା ସେମାନେ ଏଭରେଷ୍ଟ ଉପରେ ଛାଡି ଦେଇ ଚାଲି ଆସୁଛନ୍ତି ।ଏହି କାରଣରୁ ଏଭରେଷ୍ଟରେ ଅଳିଆ ଜମା ହେବାରେ ଲାଗିଛି । ତେବେ ଅବସ୍ଥା ଏପରି ନୁର୍ହେଁ ଯେ, ଏହିସବୁ ଅଳିଆକୁ ସେଠାରୁ ହଟାଇ ହେବ ।
ଏଭରେଷ୍ଟ ବିଷୟରେ ସାରା ବିଶ୍ୱକୁ ସୂଚନା ଦେଉଥିବା ପୋର୍ଟାଲ ଏଭରେଷ୍ଟ ଟୁଡେ ରବିବାର ଏକ ଭିଡିଓ ଟୁଇଟ୍ କରିଛି । ଯେଉଁଥିରେ ସମୁଦ୍ର ପତ୍ତନ ଠାରୁ ୮୮୪୮.୮୬ ମିଟର ଉଚ୍ଚତାରେ ଅବସ୍ଥିତ କ୍ୟାମ୍ପରେ ଫୋପଡା ଯାଇଥିବା ଆବର୍ଜନା ସ୍ପଷ୍ଟ ନଜର ଆସୁଛି । ଆମେ ଦୁର୍ଗମ ଶିଖରକୁ ଛୁଇଁ ପାରିଛୁ ସତ କିନ୍ତୁ ଆମେ ପ୍ରକୃତି ପ୍ରତି ନିଜର ସ୍ୱଭାବକୁ ବହୁତ କଠୋର କରିଦେଉଛୁ । ପାହାଡ ହେଉ କି ଜଙ୍ଗଲ କିମ୍ବା ନଦନଦୀ ଏସବୁକୁ ଆମେ ନିଜ ହାତରେ ନଷ୍ଟ କରି ଦେଉଛୁ ।

ଏହି ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ୫.୫୮ ଲକ୍ଷରୁ ଅଧିକ ଥର ଏହାକୁ ଦେଖା ସରିଲାଣି । ଏହି କ୍ଲିପ୍ ଦେଖି ଲୋକମାନେ ନିରାଶ ହୋଇଛନ୍ତି ଏବଂ ସେମାନଙ୍କ କ୍ଷୋଭ ପ୍ରକଟ କରିିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଏଠାରେ ସ୍ୱଚ୍ଛତାର ବ୍ୟବସ୍ଥା କରାଯିବା ସହିତ ଲୋକଙ୍କୁ ଏଠାକୁ ଯିବାକୁ ଅନୁମତି ଦିଆ ନ ଯାଉ । ଧରିତ୍ରୀ ଉପରେ ଆମେ ସବୁ ଯାଗା ଆବର୍ଜନାରେ ଭର୍ତ୍ତି କରି ସାରିଥିବା ବେଳେ କେବଳ ଏହି ଯାଗାଟି ଖାଲି ଥିଲା ଯାହା ଏବେ ମଧ୍ୟ ଆବର୍ଜନାରେ ବୁଡି ଯିବାକୁ ବସିଛି ।

Get real time updates directly on you device, subscribe now.