fbpx

କଙ୍ଗନାଙ୍କୁ ଚାପୁଡ଼ା ମରାଯିବା ଘଟଣା; ଅମୃତପାଲ ସିଂଙ୍କ ପ୍ରତିକ୍ରିୟା ଶୁଣିଲେ ରାଗିବେ ବିଜେପି ସାଂସଦ

ନୂଆଦିଲ୍ଲୀ: ଚଣ୍ଡିଗଡ଼ ବିମାନ ବନ୍ଦରରେ ହିମାଚଳର ମଣ୍ଡିରୁ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମରାଯିବା ଘଟଣାରେ ପ୍ରତିକ୍ରିଆ ରଖିଲେ ପଞ୍ଜାବର ଖଦୁର ସାହିବର ସ୍ୱାଧୀନ ସାଂସଦ ଅମୃତପାଲ ସିଂହ । ଚାପୁଡ଼ା ମାରିଥିବା ସିଆଇଏସଏଫ କନଷ୍ଟେବଳଙ୍କୁ ସମର୍ଥନ କରିଛନ୍ତି ସାଂସଦ ଅମୃତପାଲ ସିଂହ । ସିଆଇଏସ୍ ଏଫ୍ କନଷ୍ଟେବଳ କୁଲବିନ୍ଦର କୌରଙ୍କୁ ବୀର ବୋଲି କହି ଅମୃତପାଲ ପ୍ରଶଂସା କରିଛନ୍ତି । ଅମୃତପାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କୁଲବିନ୍ଦର କୌରଙ୍କ ସମର୍ଥନରେ ପୋଷ୍ଟ କରିଛନ୍ତି ।

ଆମେ ଆମ ଭଉଣୀ କୁଲବିନ୍ଦର କୌରଙ୍କ ସମର୍ଥନରେ ଏକଜୁଟ ହୋଇ ଠିଆ ହୋଇଛୁ । କୁଲବିନ୍ଦରଙ୍କ ସାହସ ପଞ୍ଜାବର ଝିଅମାନଙ୍କ ଶକ୍ତିର ଏକ ଉଦାହରଣ । ସ୍ୱାଧୀନ ସାଂସଦ ଅମୃତପାଲ ସିଂ ଲେଖିଛନ୍ତି, କଙ୍ଗନା ରାଣାୱତ ବାରମ୍ବାର ଶିଖ ସମ୍ପ୍ରଦାୟ, ପଞ୍ଜାବର କୃଷକ ଏବଂ ମା’ମାନଙ୍କୁ ଅପମାନିତ ଏବଂ ହଇରାଣ କରିଛନ୍ତି । କୁଲବିନ୍ଦର ଆମ ସମ୍ପ୍ରଦାୟ ପ୍ରତି ଦେଖାଯାଇଥିବା ଅସମ୍ମାନକୁ ସମ୍ମାନ ଏବଂ ନମନୀୟତାର ସହ ଜବାବ ଦେଇଥିଲେ ।

ଜୁନ୍ ୬ ରେ ଚଣ୍ଡିଗଡ଼ ବିମାନ ବନ୍ଦରରେ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ସିଆଇଏସଏଫ ମହିଳା କନଷ୍ଟେବଳ କୁଲବିନ୍ଦର କୌର ଚାପୁଡ଼ା ମାରିଥିଲେ । ସେତେବେଳେ କଙ୍ଗନା ନିର୍ବାଚନ ଜିତି ପ୍ରଥମ ଥର ପାଇଁ ଦିଲ୍ଲୀ ଆସୁଥିଲେ । ଏହି ଘଟଣା ପରେ କଙ୍ଗନା ଏକ ଭିଡିଓ ଜାରି କରି କହିଥିଲେ ଯେ ତାଙ୍କୁ ଚାପୁଡ଼ା ମାରିବା ସହ ଗାଳିଗୁଲଜ କରାଯାଇଥିଲା । ମୁଁ ସୁରକ୍ଷିତ ଅଛି କିନ୍ତୁ ପଞ୍ଜାବରେ ବଢୁଥିବା ଆତଙ୍କବାଦକୁ ନେଇ ଚିନ୍ତିତ ।

Get real time updates directly on you device, subscribe now.