fbpx

Video: ଆଇପିଏଲ୍ ୨୦୨୩ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିଲେ ଏମଏସ ଧୋନି, ବିମାନବନ୍ଦରରେ ହିରୋ ପରି ହେଲା ସ୍ୱାଗତ

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଲେଣି। ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଟୁର୍ଣ୍ଣାମେଣ୍ଟର ଆଗାମୀ ସଂସ୍କରଣ ପାଇଁ ଶୁକ୍ରବାର ଠାରୁ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ସେମାନଙ୍କର ପ୍ରସ୍ତୁତି ଶିବିର ଆରମ୍ଭ କରିବ। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନିଙ୍କ ସହ ରାହାଣେ ଏବଂ ଅମ୍ବାତି ମଧ୍ୟ ଏହି ଶିବିରରେ ଯୋଗଦେବାକୁ ପହଞ୍ଚିଛନ୍ତି।

ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶୁକ୍ରବାର ଦିନ ଚେନ୍ନାଇରେ ପହଞ୍ଚିଛନ୍ତି ଏବଂ ଦଳର ଅନେକ ଭାରତୀୟ ସଦସ୍ୟଙ୍କ ସହ ଏହି ଶିବିରର ଏକ ଅଂଶ ହେବେ। ଧୋନିଙ୍କ ଚେନ୍ନାଇରେ ପହଞ୍ଚିବାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସକମାନେ ସେୟାର କରିଛନ୍ତି। ସିଏସକେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେ.ଏସ୍ ବିଶ୍ୱନାଥନ୍ ଗୁରୁବାର କହିଛନ୍ତି, ‘ଆସନ୍ତାକାଲିଠାରୁ ସିଏସକେ ତାଲିମ ଆରମ୍ଭ କରିବ। ଧୋନି ଆସନ୍ତାକାଲି ପହଞ୍ଚିବେ। ଏହି ଶିବିରରେ ଭାରତୀୟ ଦଳର ସଦସ୍ୟମାନେ ଅଂଶଗ୍ରହଣ କରିବେ।’

 

View this post on Instagram

 

A post shared by AKDFA Official™ (@dhonifanskerala)

ଅଜିଙ୍କ୍ୟ ରାହାଣେ ଏବଂ ଅମ୍ବାତି ରାୟୁଡୁ ମଧ୍ୟ ଏହି ଶିବିରରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ଆରମ୍ଭରେ ହୋଇଥିବା ନିଲାମରେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ ଏବଂ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର କାଇଲ ଜାମିସନରେ ଫ୍ରାଞ୍ଚାଇଜ ଟିମରେ ସାମିଲ କରିଥିଲା। ତେବେ ପିଠିରେ ଆଘାତ ଲାଗି ନ୍ୟୁଜିଲ୍ୟାଣ୍ଡର ବୋଲରଙ୍କୁ ଟୁର୍ନାମେଣ୍ଟରେ ଖେଳିବା କଷ୍ଟକର ହୋଇପଡିଛି।

ସିଏସକେ’ର ସୂତ୍ରରୁ ଜଣାପଡିଛି ଯେ ଧୋନିଙ୍କ ସହ ଆଲୋଚନା ପରେ ଜାମିସନଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରାଯିବ। ମାର୍ଚ୍ଚ ୩୧ ରେ ସିଏସକେ ସିଜିନ୍ ର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜଗୁ ରାଟ୍ ଟାଇଟାନ୍ସକୁ ଭେଟିବ।

Get real time updates directly on you device, subscribe now.