fbpx
BJD SKY
BJD SKY

MS Dhoniଙ୍କୁ ମିଳିଛି ବଡ଼ ଧୋକା! କୋର୍ଟଙ୍କ ରାୟ ପରେ ମାମଲାରେ ନୂଆ ମୋଡ଼

BJD

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ସହ ବିଶ୍ୱାସଘାତକତା ମାମଲାରେ ରାଞ୍ଚି ସିଭିଲ କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଧୋନୀଙ୍କ ପୂର୍ବ ସାଥୀ ଖେଳାଳି ମିହିର ଦିବାକର, ସୌମ୍ୟା ଦାସ ଏବଂ ଆରକା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ଉପରେ ଲାଗିଥିବା ଅଭିଯୋଗକୁ ନେଇ କେର୍ଟ ଏହି ଶୁଣାଣି କରିଛନ୍ତି । ରାଞ୍ଚି ସିଭିଲ କୋର୍ଟରେ ମାହିଙ୍କ ପକ୍ଷରୁ ୧୫ କୋଟି ଟଙ୍କା ଠକେଇର ଏକ ମାମଲା ରୁଜୁ କରାଯାଇଛି ।

ଧୋନୀଙ୍କ ଓକିଲ ଦୟାନନ୍ଦ ସିଂହ କହିଛନ୍ତି ଯେ, ମାର୍ଚ୍ଚ ୨୦ ତାରିଖରେ ସିଭିଲ କୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଛି । ପ୍ରଥମେ ଏହି ମାମଲାକୁ ସମର୍ଥନ କରି ମିହିର, ସୌମ୍ୟା ଏବଂ ଆରକା ସ୍ପୋର୍ଟସକୁ ସମନ ପଠାଇଥିଲେ ସିଭିଲ କୋର୍ଟ । ରାଞ୍ଚି ସିଭିଲ କୋର୍ଟରେ ସକ୍ଷମ ନ୍ୟାୟାଳୟ, ରାଞ୍ଚି ଜେଏମ ୨୪ ରାଜକୁମାର ପାଣ୍ଡେଙ୍କ କୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଛି । ପୂର୍ବ ସାଥୀ କ୍ରିକେଟର ତଥା ବିଜନେସ ପାର୍ଟନର ମିହିର ଦିବାକରଙ୍କ ବିପକ୍ଷରେ କ୍ରିମିନାଲ କେସ୍ ଫାଇଲ କରିଛନ୍ତି ଧୋନୀ । ଏ ନେଇ ମାହି କହିଛନ୍ତି ଯେ, ବ୍ୟବସାୟରେ ହୋଇଥିବା ଚୁକ୍ତିକୁ ଉଲ୍ଲଙ୍ଘନ କରିଛନ୍ତି ମିହିର । ଏହାସହିତ ୨୦୨୧ରେ ଏହି ଚୁକ୍ତି ଶେଷ ହୋଇଥିବା ବେଳେ ଏହାପରେ ମଧ୍ୟ ମିହିର ଧୋନୀଙ୍କ ନାମକୁ ନିଜ କମ୍ପାନୀ ଆରକା ସ୍ପୋର୍ଟସ ମ୍ୟାନେଜମେଣ୍ଟ ଲିମିଟେଡ ପାଇଁ ବ୍ୟବହାର କରୁଥିବା ଅଭିଯୋଗରେ ଦର୍ଶାଯାଇଛି ।

ଧୋନୀଙ୍କ ଓକିଲ କହିଛନ୍ତି ଯେ, ଏହି କମ୍ପାନୀ ତରଫରୁ ଦେଶ-ବିଦେଶରେ ଅନେକ ଏକାଡେମୀ ଖୋଲାଯାଇଛି । କିନ୍ତୁ ସର୍ତ୍ତ ଅନୁସାରେ, ଧୋନୀଙ୍କ ସହ କମ୍ପାନୀର ପ୍ରଫିଟ ସେୟାର କରାଯାଇ ନାହିଁ । ତେବେ ଏହି ଚୁକ୍ତିର ବିଭିନ୍ନ ସର୍ତ୍ତକୁ ଉଲ୍ଲଙ୍ଘନ କରିବା ପରେ ଧୋନୀ ପ୍ରାୟ ୧୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ଧୋନୀଙ୍କ ଓକିଲ ମଧ୍ୟ ଅତୀତରେ ସୋସିଆଲ ମିଡିଆରେ ମିହିରଙ୍କ ଦ୍ୱାରା ଦିଆଯାଇଥିବା ମତାମତକୁ ଖଣ୍ଡନ କରିଥିଲେ।

Get real time updates directly on you device, subscribe now.