“ମୁଁ ଏହି ନିଷ୍ପତ୍ତି ନେଉ..”, ଆଇପିଏଲରୁ ସନ୍ନ୍ୟାସକୁ ନେଇ ମୁହଁ ଖୋଲିଲେ ଏମଏସ ଧୋନୀ

ଏମଏସ ଧୋନୀ ଆଇପିଏଲରେ ସନ୍ନ୍ୟାସ ନେବେ କି ନାହିଁ, କଲେ ଖୁଲାସା

ନୂଆଦିଲ୍ଲୀ: ବର୍ତ୍ତମାନ ଏମଏସ ଧୋନୀଙ୍କର ଆଇପିଏଲରୁ ସନ୍ନ୍ୟାସ ନେବା କଥା ଖୁବ ଜୋରରେ ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ଏମଏସ ଧୋନୀଙ୍କର ନିଜ ଅବସରକୁ ନେଇ ଏକ ବୟାନ ସାମ୍ନାକୁ ଆସିଛି। ଏହା ଧୋନୀଙ୍କ ଫ୍ୟାନ୍ସଙ୍କ ପାଇଁ ଆଶ୍ୱସ୍ତିକର ବୋଲି କୁହାଯାଉଛି।

ଗତକାଲିର ମ୍ୟାଚରେ ମାହିଙ୍କର ବାପା-ମାଆ ଷ୍ଟାଡିୟମକୁ ଖେଳ ଦେଖିବାକୁ ଆସିଥିଲେ। ଏହା ଆହୁରି ଚର୍ଚ୍ଚାର ବିଷୟ ପାଲଟିଯାଇଛି। ଧୋନୀଙ୍କ ସମଗ୍ର କ୍ୟାରିୟରରେ ଏହା ପ୍ରଥମ ମ୍ୟାଚ ଯେଉଁଠାରେ ତାଙ୍କ ମ୍ୟାଚ ଦେଖିବା ଲାଗି ଧୋନିଙ୍କ ମାଆ-ବାପା ଆସିଥିଲେ। ଏହା ଫ୍ୟାନ୍ସଙ୍କ ମନରେ ଭୟ ସୃଷ୍ଟି କରିଥିଲା ଯେ, ମାହିଙ୍କର ଏହା ଶେଷ ଖେଳ।

ଏହାରି ମଧ୍ୟରେ ଧୋନୀ ଏକ ପୋଡକାଯଦଟ ଶୋ କୁ ଯାଇ ଏହି ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛନ୍ତି। ସନ୍ନ୍ୟାସ କଥା ପଚାରିବା ପରେ ମାହି କହିଛନ୍ତି ଯେ, ଫିଲହାଲ ନୁହେଁ, ମୁଁ ଏବେବି ଆଇପିଏଲ ଖେଳୁଛି ଏବଂ ମୋ ମୁଁ ଏହାକୁ ଏକଦମ ସରଳ ରଖିଛି। ମୁଁ ପୁଣିଥରେ ବର୍ଷେ ପାଇଁ ଭାବୁଛି। ମୋତେ ବର୍ତ୍ତମାନ ୪୩, ଏହି ଜୁଲାଇରେ ମୋତେ ୪୪ ବର୍ଷ ହେବ।

ଧୋନୀ ଆଗକୁ କହିଛନ୍ତି ଯେ, ମୋ ପାଖରେ ୧୦ ମାସ ଅଛି, ଏହି ନିଷ୍ପତ୍ତି ପାଇଁ ମୋତେ ଏକ ବର୍ଷ ଆଉ ଖେଳିବାକୁ ହେବ ନାହିଁ। ଏହି ନିଷ୍ପତ୍ତି ମୁଁ ନେଉନାହିଁ, ଏହା ନିଜ ଶରୀର ଧାର୍ଯ୍ୟ କରିବ,ମୁଁ ଖେଳିପାରିବି ବା ନ ଖେଳିପାରିବି।