fbpx
BJD SKY
BJD SKY

MS Dhoniଙ୍କ ଅବସର, ଋଷଭଙ୍କ କମବ୍ୟାକ… IPL-2024ରେ ସ୍ମରଣୀୟ ହେବ ଏହିସବୁ ମୁହୂର୍ତ୍ତ

BJD

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଖୁବ ସ୍ମରଣୀୟ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏହି ସିଜନରେ ଅନେକ କିଛି ମୁହୂର୍ତ୍ତ ଇତିହାସରେ ଲେଖା ହେବାକୁ ଯାଉଛି । କ୍ରିକେଟ ଫ୍ୟାନ୍ସମାନଙ୍କ ପାଇଁ ଅନେକ କିଛି ଘଟଣା ମନରେ ଛାପି ହୋଇ ରହିଯିବ । କ୍ୟାପଟେନ୍ କୁଲ ଧୋନୀଙ୍କ ଅବସରରୁ ଆରମ୍ଭ କରି ଋଷଭ ପନ୍ତଙ୍କ କମବ୍ୟାକ… ଏହାସହ ଆହୁରି ଅନେକ ଘଟଣା ଏଥରର ଆଇପିଏଲକୁ ଖୁବ ସ୍ପେଶାଲ କରିଦେବ ।

ଋଷଭ ପନ୍ତଙ୍କ କମବ୍ୟାକ: ୨୦୨୩ ବର୍ଷ ଆରମ୍ଭରୁ କାର୍ ଦୁର୍ଘଟଣାର ଶିକାର ହୋଇ କ୍ରିକେଟରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି ଷ୍ଟାର କ୍ରିକେଟର ଋଷଭ ପନ୍ତ । ତେବେ ଆସନ୍ତା ଆଇପିଏଲ-୨୦୨୪ରୁ ସେ ପୁଣିଥରେ କମବ୍ୟାକ କରିବାକୁ ଯାଉଛନ୍ତି । ପନ୍ତ ପୁଣିଥରେ କ୍ରିକେଟ ମଇଦାନକୁ ଫେରିବା ପାଇଁ ଫିଟ ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବେ ବୋଲି ଫ୍ରାଞ୍ଚାଇଜି ପକ୍ଷରୁ କୁହାଯାଇଛି ।

MS Dhoniଙ୍କ ଅବସର: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ତଥା କ୍ୟାପଟେନ୍ କୁଲ ଆସନ୍ତା ଆଇପିଏଲରେ ଶେଷ ଥର ପାଇଁ ଖେଳୁଥିବାର ନଜର ଆସିପାରନ୍ତି । ଏହି ସିଜନ ଧୋନୀଙ୍କ ପାଇଁ ଶେଷ ସିଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଗତବର୍ଷ ସେ ଆଇପିଏଲରୁ ବିଦାୟ ନେବା ନେଇ ଆଲୋଚନା ହେଉଥିବା ବେଳେ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ସିଜନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ମାହି । ତେଣୁ ଏହି ସିଜନରେ ସେ ଆଇପିଏଲରୁ ବିଦାୟ ନେଇପାରନ୍ତି ।

ମୁମ୍ବାଇର ନେତୃତ୍ୱ ନେବେ ହାର୍ଦ୍ଦିକ: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ଭାର ଦେଇଛି । ରୋହିତ ଶର୍ମାଙ୍କ ହାତରୁ ନେତୃତ୍ୱ ଛଡ଼ାଇ ନେଇ ହାର୍ଦ୍ଦିକଙ୍କ ଅଧିନାୟକ କରିଛି ମୁମ୍ବାଇ । ଅକ୍ସନ ପୂର୍ବରୁ ହାର୍ଦ୍ଦିକଙ୍କୁ ମୁମ୍ବାଇ ଟ୍ରେଡ କରିଥିଳା । ଏହାପରେ ତାଙ୍କୁ ଅଧିନାୟକ ପଦ ମଧ୍ୟ ହସ୍ତାନ୍ତର କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଗମ୍ଭୀରଙ୍କ ପ୍ରତ୍ୟାବର୍ତ୍ତନ: କୋଲକାତା ନାଇଟ ରାଇଡର୍ସକୁ ୨ ଥର ଚମ୍ପିଆନ୍ ସଜାଇଥିବା ଅଧିନାୟକ ଗୌତମ ଗମ୍ଭୀର ପୁଣିଥରେ ପୁରୁଣା ଦଳକୁ କମବ୍ୟାକ କରିଛନ୍ତି । ଗତ ୨ଟି ସିଜନରେ ସେ ଲକ୍ଷେ୍ନø ସୁପର ଜିଆଣ୍ଟସ ତରଫରୁ ମେଣ୍ଟର ଭୂମିକାରେ ରହିଥିବା ବେଳେ ଆସନ୍ତା ସିଜନ ପାଇଁ କୋଲକାତାର ମେଣ୍ଟର ଦାୟିତ୍ୱ କାନ୍ଧକୁ ନେଇଛନ୍ତି ଗମ୍ଭୀର । ଅନେକ ଦିନ ପରେ ପୁଣିଥରେ ଗମ୍ଭୀର ନିଜ କୋଲକାତା ଜର୍ସିରେ ଦେଖିବାକୁ ମିଳିବେ ।

Get real time updates directly on you device, subscribe now.