fbpx
BSKY SKY
BSKY SKY

Breaking…ନୂଆବର୍ଷରେ ପୋଲିସ୍‌-ମାଓବାଦୀ ଗୁଳି ବିନିମୟ; ୬ ବର୍ଷର ଶିଶୁ ମୃତ, ମା’ ଗୁରୁତର

BSKY

ଓଡ଼ିଶା ଭାସ୍କର: ନୂଆବର୍ଷ ଆରମ୍ଭରୁ ପୋଲିସ୍‌-ମାଓବାଦୀ ଗୁଳି ବିନିମୟ। ଓଡ଼ିଶା ସୀମା ଛତିଶଗଡ଼ର ବିଜାପୁର ଜିଲ୍ଲା ମୁତୱାଣ୍ଡିରେରେ ଗୁଳି ବିନିମୟ । ଏହି ଗୁଳି ବିନିମୟରେ ଜଣେ ଶିଶୁ ମୃତ୍ୟୁ ବରଣ କରିଥିବାବେଳେ, ମାଆ ଜଣକ ଗୁରୁତର ହେଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଗୁରୁତର ହେଇଥିବା ମାଆଙ୍କ ହାତରେ ବାଜିଛି ଗୁଳି । ଗୁଳି ବାଜିବା ପରେ ମହିଳା ଜଣଙ୍କୁ ପୋଲିସ ଉଦ୍ଧାର କରିବା ସହିତ ହସ୍ପିଟାଲ ନେଇଛି ।

ଗଙ୍ଗାଲୁର ଥାନା ମୃତଓଣ୍ଡି ଜଙ୍ଗଲରେ ଏହି ଘଟଣା ଘଟିଥିବା ନେଇ ସୂଚନା । ଏନ୍‌କାଉଣ୍ଟରରେ ଭୈରମଗଡ଼ ଏରିଆ କମିଟି ସଚିବ ଚନ୍ଦ୍ରନ୍ନା ଗୁରୁତର ସୂଚନା । ସେପଟେ ଏହି ଗୁଳି ବିନିମୟରେ ଗୋଟିଏ ୬ ବର୍ଷର ଶିଶୁ ମୃତ୍ୟୁବରଣ କରିଥିବା ସୂଚନା ଦେଇଛନ୍ତି ବିଜାପୁର ଅତିରିକ୍ତ ଏସପି । ଗୁଳି ବିନିମୟରେ ୨ DRG ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ୨ ଯବାନ ଓ ମହିଳା ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.