fbpx

(Video) ଆଖି ନାହିଁ କି ନାକ ବି ନାହିଁ, ଅଧାଗଢା ଚେହେରା… ଓଡ଼ିଶାରେ ଜନ୍ମ ନେଲା ଅଦ୍ଭୁତ ରୂପୀ ବାଛୁରୀ

୨୦୨୪ରେ ଆରମ୍ଭରୁ ହିଁ ଓଡିଶାରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଅଜବ ରୂପଧାରୀ ବାଛୁରି ଛୁଆ ଜନ୍ମ ନେଇଛି, ଯାହାକୁ ଦେଖିଲେ ମନରେ ଖେଳିଯାଉଛି ଭୟ । ବାଛୁରୀଟିର ଚେହେରା ଅତି ଭୟଙ୍କର ଦେଖାଯାଉଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ବାଛୁରୀଟିର ନା ଅଛି ଆଖି, ନା ଅଛି ଦାନ୍ତ । ଏମିତିକି ବାଛୁରୀର ନାକ ବି ନଥିବା ଦେଖିବକାୁ ମିଳିଛି । କଅଁଳ ବାଛୁରୀଟିର ଚେହେରାକୁ ଦେଖିଲେ ଅତି ଭୟ ସୃଷ୍ଟି କରୁଛି ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସାନ ମାଧପୁର ଗାଁର ମିଟୁ ମହାପାତ୍ରଙ୍କ ଘରେ ଏଭଳି ଏକ ବାଛୁରୀ ଛୁଆ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କ ଗାଈ ଅଦ୍ଭୁତ ବାଛୁରୀ ଛୁଆ ଜନ୍ମ ଦେଇଛି, ଯାହାର ଚେହେରା ଅତି ଭୟଙ୍କର ଦେଖାଯାଉଛି । ଏ ଅଦ୍ଭୁତ ବାଛୁରୀର ଦାନ୍ତ ନାହିଁ କି ଆଖିି ବି ନାହିଁ, କି ନାକ ବି ନାହିଁ । ଅଧାଗଢା ହୋଇ ଜନ୍ମ ନେଇଛି ଗୋମାତା । ବାଛୁରୀଟିର ଚେହେରାଟି ମଣିଷ ଆକୃତିର ହୋଇଥିବା ବେଳେ ସେହି ଚେହେରାକୁ ଦେଖିଲେ ଭୟ ଲାଗୁଛି । ଆଉ ଏଭଳି ବାଛୁରୀକୁ ଗାଈ ଜନ୍ମ ଦେଇଥିବାରୁ ଡାକ୍ତର ବି ଭୟଭୀତ ହୋଇଯାଇଛନ୍ତି । ମିଟୁ ମହାପାତ୍ର ଅନେକ ଗାଈ ରଖିଛନ୍ତି, କିନ୍ତୁ ଏଭଳି ଏକ ବାଛୁରୀ ଛୁଆକୁ ପ୍ରଥମ ଥର ଦେଖିଥିବା ସେ ପ୍ରକାଶ କରିଛନ୍ତି ।

ଏଭଳି ଅଧାଗଢା ହୋଇ ଜନ୍ମ ନେବା ପରେ ବାଛୁରୀଟି ମଧ୍ୟ କଷ୍ଟ ଆଉ ଯନ୍ତ୍ରଣାରେ ଛଟପଟ ହେଉଛି । ନାକ ନଥିବାରୁ ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା ବେଳେ ଦାନ୍ତ ନଥିବାରୁ କିଛି ଖାଇବା ମଧ୍ୟ ଖାଇ ପାରୁନାହିଁ ଏହି ନବଜାତ ବାଛୁରୀ । ଏହି ବାଛୁରୀ ଛୁଆକୁ ଦେଖିବା ପାଇଁ ମିଟୁ ମହାପାତ୍ରଙ୍କ ଘର ଆଗରେ ଲୋକଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.