fbpx

ସଚ୍ଚା ପ୍ରେମ; ଭିନ୍ନକ୍ଷମଙ୍କୁ ବାହା ହେଲେ ଯୁବତୀ, ହାତ ନାହିଁ ବୋଲି ଗୋଡ଼ରେ ସିନ୍ଦୁର ପିନ୍ଧାଇଲେ ପ୍ରେମିକ

ଓଡ଼ିଶା ଭାସ୍କର: ବିହାରର ଦରଭଙ୍ଗାରୁ ଆସିଲା ପ୍ରକୃତ ପ୍ରେମର ନିଛକ ଉଦାହରଣ।  ପ୍ରସିଦ୍ଧ ଶ୍ୟାମା ମାଇ ମନ୍ଦିରରେ ଦେଖିବାକୁ ମିଳିଲା ଏକ ନିଆରା ବିବାହ । ମା’ କାଳୀଙ୍କୁ ସାକ୍ଷୀ ରଖି ବିବାହ କଲେ ପ୍ରେମୀଯୁଗଳ । ଯାହାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । କାରଣ ଏହି ବିବାହରେ ବର ହେଉଛନ୍ତି ଜ‌ଣେ ଭିନ୍ନକ୍ଷମ । ତେଣୁ ସେ କନ୍ୟାଙ୍କ ମଥାରେ ଗୋଡ଼ରେ ସିନ୍ଦୂର ଦେଇ ବିବାହ କରିଥିଲେ।

ବର ପ୍ରଦୀପ ମଣ୍ଡଳ କହିଛନ୍ତି, ‘ମୁଁ ଯେଉଁ ଯୁବତୀଙ୍କୁ ଭଲ ପାଉଛି ସେ ହେଉଛନ୍ତି ମୋର ଭାଉଜଙ୍କ ଭଉଣୀ ରୀତା କୁମାରୀ। ଆମ ଦୁହିଁଙ୍କ ମଧ୍ୟରେ ୮ବର୍ଷ ହେବ ପ୍ରେମ ସମ୍ପର୍କ ରହି ଆସିଛି। ୮ବର୍ଷର ଭଲପାଇବା ପରେ ଆମେ ଦୁହେଁ ବିବାହ କରିବା ପାଇଁ ସ୍ଥିର କରିଥିଲି କିନ୍ତୁ ପରିବାରଲୋକ ରାଜି ହୋଇ ନଥିଲେ। ଅନେକ ବୁଝାଇବାକୁ ଚେଷ୍ଟା କରିଛୁ କିନ୍ତୁ ସେମାନେ ନିଜ ଜିଦରେ ଅଟଳ ରହିଥିଲେ।

ଶେଷରେ ଆମେ ମନ୍ଦିରରେ ବିବାହ କରିଥିଲୁ। ୨୦୦୮ ମସିହାରେ ବିଜୁଳି ଆଘାତର ଶିକାର ହେବାରୁ ମୁଁ ମୋର ଦୁଇ ହାତ ହରାଇ ଦେଇଛି। ଏହା ସତ୍ତ୍ବେ ବି ରୀତା ମୋତେ ଖୁବ ଭଲ ପାଆନ୍ତି। ତେଣୁ ତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ମୁଁ ମନ୍ଦିରରେ ଦେବୀ ମା’ଙ୍କ ସାମ୍ନାରେ ତାଙ୍କ ମଥାରେ ଗୋଡ଼ରେ ସିନ୍ଦୁର ଭରି ଜୀବନସାଥୀ କରିଛି। ଏବେ ମୋ ପାଖରେ ଚାକିରି ନାହିଁ। ମୁଁ ଯୁକ୍ତ ତିନିପର୍ଯ୍ୟନ୍ତ ପାଠପଢ଼ିଛି, କମ୍ପ୍ୟୁଟର ଶିଖିଛି। ହାର ମାନି ନାହିଁ। ମୋ ଚେଷ୍ଟା ବଳରେ ନିଶ୍ଚୟ ଭଲ ଚାକିରି କରି ରୀତାଙ୍କୁ ଖୁସିରେ ରଖିବି।’

Get real time updates directly on you device, subscribe now.