fbpx

ବିଜେପିରେ ଯୋଗ ଦେବେ ଧୋନୀ ? ଅମିତ୍ ଶାହଙ୍କୁ ହାତ ମିଳାଇଲେ ପୂର୍ବତନ ଅଧିନାୟକ, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଦେଶରେ ଖେଳାଳି ଏବଂ ନେତାଙ୍କ ଜବରଦସ୍ତ ପ୍ରଶଂସକ ବା ଅନୁଗାମୀ ରହିଛନ୍ତି। ଅନେକ ଖେଳାଳି ତ ରାଜନୀତିରେ ପାଦ ଦେଇ ସଫଳତା ହାସଲ କରିଛନ୍ତି। ଲୋକେ ନିଜ ପସନ୍ଦର ଖେଳାଳିଙ୍କୁ ବି ରାଜନୀତିରେ ଦେଖିବାକୁ ଚାହାନ୍ତି। ଏହା ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଫଟୋରେ ଉଭୟଙ୍କୁ ଏକତ୍ର ଦେଖିବା ପରେ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ଯେ, କଣ ଧୋନୀ ବିଜେପିରେ ସାମିଲ୍ ହେବାକୁ ଯାଉଛନ୍ତି କି ?

ସାମାଜିକ ଗଣମାଧ୍ୟମରେ ଶନିବାର ଭାଇରାଲ୍ ହୋଇଥିବା ଫଟୋରେ ଧୋନୀ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ହାତ ମିଳାଉଥିବା ଦେଖିବାକୁ ମିଳିଛି। ଇଣ୍ଡିଆ ସିମେଣ୍ଟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ଏକାଠି ଦେଖିବାକୁ ମିଳିଛି। ଏଥିରେ ତାମିଲନାଡୁର ରାଜ୍ୟପାଳ ଆରଏନ ରବି ମଧ୍ୟ ଯୋଗ ଦେଇଥିଲେ। ଉଲ୍ଲେଖନୀୟ ଇଣ୍ଡିଆ ସିମେଣ୍ଟର ମାଲିକ ହେଉଛନ୍ତି ଏନ ଶ୍ରୀନିବାସ, ଯାହାଙ୍କ ଆଇପିଏଲ ଦଳ ହେଉଛି ଚେନ୍ନାଇ ସୁପର କିଙ୍ଗ୍ସ। କାର୍ଯ୍ୟକ୍ରମ ପାଇଁ ଚେନ୍ନାଇ ପହଞ୍ଚିଥିବା ଶାହଙ୍କୁ ବିମାନ ବନ୍ଦରରେ ଅନେକ ନେତା ସ୍ଵାଗତ କରିଛନ୍ତି।

ଧୋନୀ ଏବଂ ଅମିତ୍ ଶାହଙ୍କୁ ଏକ ସଙ୍ଗେ ଦେଖି ଅନେକ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଜଣେ ୟୁଜର୍ସ କହିଛନ୍ତି ମହେନ୍ଦ୍ର ସିଂହ ଧୋନୀ ବିଜେପିରେ ସାମିଲ୍ ହେବାକୁ ଯାଉଛନ୍ତି। କିନ୍ତୁ ସେ ମଜାଳିଆ ଢଙ୍ଗରେ ଏହି ପ୍ରଶ୍ନ କରିଥିଲେ। ଅନେକ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଥମ ଥର କୌଣସି କ୍ରିକେଟରଙ୍କ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉନି। ଏହା ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଏମିତି ଚର୍ଚ୍ଚା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ହୋଇଥିଲା। ଗାଙ୍ଗୁଲିଙ୍କୁ ବିସିସିଆଇର ଅଧ୍ୟକ୍ଷ ପଦରେ ନିଯୁକ୍ତ ଦିଆଯାଇଥିଲା। ଏହା ପରେ ଗାଙ୍ଗୁଲିଙ୍କ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଅମିତ୍ ଶାହଙ୍କ ସହିତ କିଛି ଫଟୋ ସାମ୍ନାକୁ ଆସିଥିଲା।

Get real time updates directly on you device, subscribe now.