fbpx

MSME ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଘାଟିତ ହୋଇଯାଇଛି । ବାଣିଜ୍ୟ ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାନୁଆରି ୧୨ତାରିଖ ଯାଏ ବାଣିଜ୍ୟ ମେଳା ଚାଲିବ । ଏହି ମେଳାରେ ଦେଶ ବିଦେଶର ୫୪୦ଟି ଷ୍ଟଲ ପ୍ରଦର୍ଶିତ ହେଉଛି । ଇରାନର ୨୦ ଓ ବାଙ୍ଗଲାଦେଶର ୧୦କମ୍ପାନି ଯୋଗଦାନ ଦେଇଛନ୍ତି । ୨୮୦ଟି ଷ୍ଟଲରେ ପ୍ରଦର୍ଶିତ ହେଉଛି ଏମଏସଏମଇ ଉତ୍ପାଦ । ୩୨ଟି ଷ୍ଟଲରେ ବୈଷୟିକ ଉତ୍ପାଦ ପ୍ରଦର୍ଶିତ ହେଉଛି । ସରକାରୀ ବିଭାଗ ପାଇଁ ୨୮ଟି ଷ୍ଟଲ ରହିଛି । ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ଓ ପିଏସୟୁ ପାଇଁ ୭୦ଟି ଷ୍ଟଲ ରହିଛି । ୧୫ଟି ଷ୍ଟଲରେ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହେଉଛି ।

Get real time updates directly on you device, subscribe now.