fbpx

ଆସନ୍ତାକାଲିଠାରୁ ଖୋଲିବ ମୁଗଲ ଗାର୍ଡନ, ପ୍ରବେଶ ପାଇଁ ଅନଲାଇନ୍ ବୁକିଂ

ନୂଆଦିଲ୍ଲୀ, ୧୨ା୨: ଆସନ୍ତାକାଲି ଠାରୁ ରାଷ୍ଟ୍ରପତି ଭବନର ମୁଗଲ ଗାର୍ଡନ ଖୋଲିବ । ଫେବୃଆରୀ ମାସ ୧୩ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ । ମୁଗଲ ଗାର୍ଡନରେ ପ୍ରବେଶ ପାଇଁ ଅନଲାଇନ ବୁକିଂ କରିବାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ମୁଗଲ ଗାର୍ଡନକୁ ବନ୍ଦ ରଖାଯାଇଥିଲା । ଗାର୍ଡନରେ ପ୍ରବେଶ ପାଇଁ କୌଣସି ଶୁଳ୍କ ଲାଗୁ ନଥିବା ବେଳେ କେବଳ ଅନଲାଇନ ବୁକିଂ ବାଧ୍ୟତାମୂଳକ କରାଯାଇଛି । ଗୋଟିଏ ମୋବାଇଲ ନମ୍ବରରୁ ଥରେ ମାତ୍ର ବୁକିଂ କରିହେବ । ପ୍ରବେଶ ପୂର୍ବରୁ ଲୋକଙ୍କୁ ନିଜର ପରିଚୟ ପତ୍ର ସାଙ୍ଗରେ ନେବାକୁ ପଡ଼ିବ । ବହୁ ଦୂରଦୂରାନ୍ତରୁ ଲୋକମାନେ ରାଷ୍ଟ୍ରପତି ଭବନ ମୁଗଲ ଗାର୍ଡନକୁ ପରିଦର୍ଶନ କରିବାକୁ ଆସିଥାନ୍ତି । ଏହି ବଗିଚାର ବିଭିନ୍ନ ପ୍ରକାର ଆକର୍ଷଣୀୟ ସାଜସଜ୍ଜ, ବିଭିନ୍ନ ପ୍ରଜାତିର ବୃକ୍ଷ ଓ ରଙ୍ଗବେରଙ୍ଗର ଫୁଲର ସମ୍ଭାର ଦେଖଣାହାରୀଙ୍କୁ ଆକୃଷ୍ଟ କରିଥାଏ ।

Get real time updates directly on you device, subscribe now.