fbpx

(Video) ସଲମାନଙ୍କ ଗୀତରେ ନାଚିଲେ ମୁକେଶ ଅମ୍ବାନୀ, ଖୁସିରେ ଝୁମିଲେ ପୂରା ପରିବାର

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଫିଲ୍ମ ଷ୍ଟାର ଓ ରାଜନେତାଙ୍କ ପରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ନାଚଗୀତର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ଏହା ମଧ୍ୟରେ ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କ୍ଷେତ୍ରରେ ସେପରି କିଛି ଘଟିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକ ଗୀତରେ ଡ୍ୟାନ୍ସ କରୁଥିବାର ଦେଖାଯାଉଛି । ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ଏକ ଗୀତରେ ପୂରା ଅମ୍ବାନୀ ପରିବାର ଝୁମୁଥିବା ଦେଖାଯାଉଛି ।

ବାସ୍ତବରେ ଏହି ଭିଡିଓଟି ହେଉଛି ମୁକେଶଙ୍କ କନିଷ୍ଠ ପୁତ୍ର ଅନନ୍ତ ଓ ରାଧିକା ମର୍ଚେଣ୍ଟଙ୍କ ନିର୍ବନ୍ଧ ସମାରୋହର । ପରିବାରର ଏପରି ଖୁସି ମୁହୂର୍ତ୍ତରେ ମୁକେଶଙ୍କ ସହିତ ତାଙ୍କ ଧର୍ମପତ୍ନୀ ନୀତା, ଝିଅ ଈଷା ଓ ତାଙ୍କର ପତି ଆନନ୍ଦ ପିରାମଲ, ବଡ଼ ପୁଅ ଆକାଶ ଓ ତାଙ୍କର ପତ୍ନୀ ଶ୍ଲୋକା ମେହତା ଡ୍ୟାନ୍ସ କରୁଥିଲେ । ଅନନ୍ତ-ରାଧିକାଙ୍କର ନିର୍ବନ୍ଧ ସମୟର ଉତ୍ସବ ମୁକେଶଙ୍କର ବାସଭବନ ଆଣ୍ଟିଲିଆରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମ ଅବସରରେ ବଲିଉଡ ଓ ରାଜନୀତି ସହିତ ଅନ୍ୟ କ୍ଷେତ୍ର ସହ ଜଡ଼ିତ ବହୁ ନାମୀଦାମୀ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।

ନିକଟରେ ମୁକେଶ ବ୍ରାଣ୍ଡ ସଂରକ୍ଷରତା ସୂଚକାଙ୍କ ୨୦୨୩ରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଓ ଗୁଗଲ ସିଇଓ ସୁନ୍ଦର ପିଚାଈଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ସୂଚକାଙ୍କରେ ମୁକେଶ ଭାରତରେ ପ୍ରଥମ ଓ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବ୍ରାଣ୍ଡ ଫାଇନାନ୍ସ ପକ୍ଷରୁ ବ୍ରାଣ୍ଡ ଫାଇନାନ୍ସ ସୂଚକାଙ୍କ ପରି ନିଜର ବ୍ରାଣ୍ଡ ସଂରକ୍ଷରତା ସୂଚକାଙ୍କ ପ୍ରସ୍ତୁତ କରିଥିଲା । ବ୍ରାଣ୍ଡ ମଜବୁତ ସୂଚକାଙ୍କ ନିଜର କର୍ପୋରେଟ ବ୍ରାଣ୍ଡ ମୂଲ୍ୟାଙ୍କନକୁ ରେଖାଙ୍କିତ କରିଥାଏ ।

Get real time updates directly on you device, subscribe now.