fbpx
BSKY
BJD MC SKY
BJD MS SKY

ଟ୍ରାଫିକ୍ ସିଗନାଲରେ ନୀତା ଅମ୍ବାନୀଙ୍କୁ ପ୍ରପୋଜ କରିଥିଲେ ମୁକେଶ ଅମ୍ବାନୀ, କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀକୁ କିଏ ବା ନଜାଣେ । ବିଶ୍ୱର ଧନୀ ମଧ୍ୟରେ ତାଙ୍କ ନାଁ ସାମିଲ । ସମ୍ପତ୍ତି, ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ୍, ଦାମୀ କାର୍ କଲେକ୍ସନ ଆଦି ଯୋଗୁଁ ମୁକେଶ ଅମ୍ବାନୀ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ମୁକେଶ ଏଥିପାଇଁ ନିଜର ସ୍ୱର୍ଗତ ପିତା ଧୀରୁଭାଇ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀଙ୍କୁ ଶ୍ରେୟ ଦେଇଥାନ୍ତି ।

ତେବେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ସତରେ ଶକ୍ତିଶାଳୀ ଦମ୍ପତ୍ତି । ମିଳିଥିବା ରିପୋର୍ଟ ମୁତାବକ, ଧୀରୁଭାଇ ଅମ୍ବାନୀ ପ୍ରଥମଥର ପାଇଁ ନୀତା ଅମ୍ବାନୀଙ୍କୁ ନୃତ୍ୟ ପ୍ରଦର୍ଶନ କରୁଥିବା ସମୟରେ ଦେଖିଥିଲେ । ନୀତା ଜଣେ ଭାରତନାଟ୍ୟମ ନୃତ୍ୟଶିଳ୍ପୀ । ଏହା ପରେ ନୀତାଙ୍କୁ ତାଙ୍କ ପୁଅ ମୁକେଶ ଅମ୍ବାନୀଙ୍କ ଭେଟିବାକୁ କହିଥିଲେ । ଯଦିଓ ନୀତାଙ୍କୁ ଫେକ୍ କଲ୍ ଆସିଥିଲା, କିନ୍ତୁ ସେ ବହୁବାର ଚିନ୍ତା କରିବା ପରେ ମୁକେଶ ଅମ୍ବାନୀଙ୍କୁ ଭେଟିବାକୁ ପହଞ୍ଚିଥିଲେ ।

ଉଭୟ ନୀତା ଓ ମୁକେଶ ପରସ୍ପରକୁ ଅନେକ ସମୟ ପର୍ଯ୍ୟନ୍ତ ଡେଟ୍ କରିଥିଲେ । ଏହାରି ମଧ୍ୟରେ ଥରେ ଦୁହେଁ ନୀତା ଓ ମୁକେଶ ଟ୍ରାଫିକ୍ ସିଗନାଲ ଗ୍ରୀନ୍ ହେବାକୁ ଅପେକ୍ଷା କରିଥିଲେ । ଠିକ୍ ସେହି ସମୟରେ ମୁକେଶ ନୀତାକୁ ବିବାହ ପାଇଁ ପ୍ରପୋଜ କରିଥିଲେ । ରିପୋର୍ଟ ମୁତାବକ ଟ୍ରାଫିକ୍ ମଝିରେ ମୁକେଶ ନୀତାଙ୍କୁ ପଚାରିଥିଲେ ଯେ, କ’ଣ ତୁମେ ମୋତେ ବିବାହ କରିବ? ଉତ୍ତର ନଦେଲା ପର୍ଯ୍ୟନ୍ତ ମୁଁ ଗାଡି ଚଳାଇବି ନାହିଁ । ସଙ୍ଗେସଙ୍ଗେ ନୀତା ମୁକେଶଙ୍କ ପ୍ରପୋଜକୁ ଗ୍ରହଣ କରି ହଁ କରିଥିଲେ ।

Get real time updates directly on you device, subscribe now.