fbpx

ପ୍ରତି ମାସରେ ଆପଣଙ୍କ ଦରମାରୁ କଟୁଥିବା ୨୫ ଟଙ୍କା ଆପଣଙ୍କୁ କରିପାରେ ଲକ୍ଷପତି, ଜାଣନ୍ତୁ କିପରି

ନୂଆଦିଲ୍ଲୀ, (ଓଡିଶା ଭାସ୍କର): ଆପଣ ଯଦି ଜଣେ ପ୍ରାଇଭେଟ କର୍ମଚାରୀ ହୋଇଥିବେ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । କଣ ଆପଣ ଜାଣନ୍ତି ଆପଣ କାମ କରୁଥିବା କମ୍ପାନୀ ବା ଫ୍ୟାକ୍ଟ୍ରିରୁ ମିଳୁଥିବା ମାସିକ ଦରମାରୁ ୨୫ ଟଙ୍କା ଲେଖାଏଁ କଟାଯାଇଥାଏ । ଏହି କଟୁଥିବା ପଇସା ଦ୍ୱାରା ଆପଣ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ପାଇପାରିବେ ।

ଶ୍ରମ କଲ୍ୟାଣ ପାଣ୍ଠି ଦ୍ୱାରା ଆପଣଙ୍କ ଦରମାରୁ ୨୫ ଟଙ୍କା ପ୍ରତି ମାସରେ କଟାଯାଇଥାଏ । ରାଜ୍ୟ ଶ୍ରମ କଲ୍ୟାଣ୍ଡ ପାଣ୍ଠି ହେଉଛି ଇଏସଆଇ ଓ ମେଡିକ୍ଲେମ ସଂସ୍ଥା ପରି କାର୍ଯ୍ୟ କରିଥାଏ । ଏହା ମାଧ୍ୟମରେ କର୍ମଚାରୀ ଜଣକ ଚଷମା, ସାଇକେଲ କିଣିବାଠାରୁ ଆରମ୍ଭ କରି କୃତ୍ରିମ ଅଙ୍ଗ ପାଇବାରେ ସହାୟକ ହୋଇଥାଏ ।

ବେସରକାରୀ କର୍ମଚାରୀଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ସରକାର ଅନେକ ପ୍ରକାର ସ୍କିମ କରିଛନ୍ତି । ଦୁଃଖର କଥା ହେଉଛି ଏହି ସ୍କିମ ବିଷୟରେ ଲୋକମାନେ ଅବଗତ ନଥିବା ସହ କମ୍ପାନୀମାନେ ମଧ୍ୟ ଏନେଇ କର୍ମଚାରୀଙ୍କୁ କହିନଥାନ୍ତି । ଆସନ୍ତୁ ଜାଣିବା ଏହା ଦ୍ୱାରା ଜଣେ କର୍ମଚାରୀ କଣ ସବୁ ସୁବିଧା ପାଇଥାଏ ।

– ପିଲାମାନଙ୍କୁ ଟ୍ୟୁସନ ପଢ଼ାଇବା ପାଇଁ ୨ ହଜାର ଟଙ୍କାରୁ ୧୫ ଟଙ୍କା ପର୍ଯ୍ୟନ୍ତ ସୁବିଧା ଦିଆଯାଏ । ସେହିପରି ଦୁଇଟି ସନ୍ତାନ କିମ୍ବା ତିନୋଟି କନ୍ୟା ସନ୍ତାନ ଜନ୍ମ ଲାଭ କଲେ ୭ ହଜାର ଟଙ୍କା ମିଳିଥାଏ ।

– ଯଦି କୌଣସି କର୍ମଚାରୀଙ୍କ କୌଣସି ଅଙ୍ଗ ନଷ୍ଟ ହୋଇଯାଏ, ତେବେ ତାଙ୍କୁ କୃତ୍ରିମ ଅଙ୍ଗ ରୋପଣ ପାଇଁ ଅର୍ଥ ପ୍ରଦାନ କରାଯାଏ । ଯଦି ଜଣେ ବିକଳାଙ୍ଗ ହୋଇଯାଏ, ତେବେ ସେ ୨୦ ହଜାର ଟଙ୍କା ପାଇଥାନ୍ତି ।

– କର୍ମଚାରୀଙ୍କୁ ନିଜର ବିବାହ ପାଇଁ ଅର୍ଥ ମିଳିବା ସହ ନିଜର କନ୍ୟାଙ୍କ ବିବାହ କାର୍ଯ୍ୟ ପାଇଁ ୫୧ ହଜାର ଟଙ୍କା ମିଳିଥାଏ । ୪ ସଦସ୍ୟ ବିଶିଷ୍ଟ ପରିବାରକୁ ୪ ବର୍ଷରେ ଥରେ ଭ୍ରମଣ ପାଇଁ ଅର୍ଥ ପ୍ରଦାନ କରାଯାଇଥାଏ । ତେବେ ଏହି ଭ୍ରମଣ ୧୦ ଦିନ ମଧ୍ୟରେ ସୀମିତ ରହିବା ଆବଶ୍ୟକ ।

-ଉଚ୍ଚ ଶିକ୍ଷା ଯୋଜନାରେ ଦୁଇ ପୁଅ ଓ ୩ ଝିଅ ପର୍ଯ୍ୟନ୍ତ ଏହି ସୁବିଧା ମିଳିଥାଏ । ନବମ ଶ୍ରେଣୀ ପାଇଁ ୪ ହଜାର ଓ ଦଶମ ଶ୍ରେଣୀ ପାଇଁ ୬ ହଜାର ଟଙ୍କା ମିଳିବା ସହିତ ଏମବିବିଏସ ପାଇଁ ୧୦ ହଜାର ଟଙ୍କା ବର୍ଷକୁ ମିଳିଥାଏ । ଏହା ସହ କନ୍ୟାଙ୍କ ପାଇଁ ସ୍କୁଲ ବହି, ୟୁନିଫର୍ମ ଆଦି ପାଇଁ ବାର୍ଷିକ ୫ ହଜାର ମିଳିଥାଏ ।

– ଯଦି ଜଣେ କର୍ମଚାରୀ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କର ପରିବାରଙ୍କୁ ୫ ଲକ୍ଷ ମିଳିଥାଏ । ଯଦି କମ୍ପାନୀ ପରିସର ବାହାରେ ମୃତ୍ୟୁବରଣ କରନ୍ତି, ସେ କ୍ଷେତ୍ରରେ ୨ ଲକ୍ଷ ମିଳିଥାଏ । ଏହାଛଡ଼ା ଶବ ଦାହ ପାଇଁ ୧୫ ହଜାର ଓ ଦୁର୍ଘଟଣା ପାଇଁ ୨୦ରୁ ୩୦ ହଜାର ପର୍ଯ୍ୟନ୍ତ ମିଳିଥାଏ ।

Get real time updates directly on you device, subscribe now.