fbpx

ଆସନ୍ତା ୧୯ରେ ପୁଣି କେନ୍ଦ୍ର-କୃଷକ ବୈଠକ

ନୂଆଦିଲ୍ଲୀ, ୧୫ା୧: ଆସନ୍ତା ୧୯ ତାରିଖରେ ପୁଣି କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ବୈଠକ ହେବ । ତେବେ ଦିନ ୧୨ଟା ସମୟରେ ବୈଠକ ହେବ ବୋଲି ସୂଚନା ମିଳିଛି । ଚାଷୀ ଆନ୍ଦୋଳନକୁ ୫୧ ଦିନ ବିତିଯାଇଥିଲେ ମଧ୍ୟ ସମାଧାନର କୌଣସି ସୂତ୍ର ଏପର୍ଯ୍ୟନ୍ତ ବାହାରିପାରିନାହିଁ ।

ଆଜି କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ୯ମ ରାଉଣ୍ଡ ବୈଠକ ହୋଇଥିଲା । ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରି ନଥିବାରୁ ୧୯ ତାରିଖରେ ପୁଣି ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଛି । ପୂର୍ବରୁ ଚାଷୀ ଆନ୍ଦୋଳନରେ ଅନେକ ଚାଷୀଙ୍କ ମୃତ୍ୟୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେଣୁ ଆଜିର ବୈଠକରେ କେନ୍ଦ୍ର ସରକାର କିଛି ବଡ଼ଧରଣର ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶା କରାଯାଉଥିଲା ।

ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଜିର ବୈଠକ ପୂର୍ବରୁ ଚାଷୀମାନେ ପ୍ରକାଶ କରିଛନ୍ତି । ସରକାର ଆଜିର ବୈଠକରେ ଯଦି ଚାଷୀଙ୍କ ଦାବି ଗ୍ରହଣ ନ କରନ୍ତି, ତେବେ ଚାଷୀମାନେ ଆସନ୍ତା ୧୮ ତାରିଖରେ ମହିଳା କିଷାନ ଦିବସ ପାଳନ କରିବେ ବୋଲି ଚେତାବନୀ ଦେଇଥିଲେ ।

Get real time updates directly on you device, subscribe now.