fbpx

Reliance Jioରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ, ଆକାଶ ହେଲେ ନୂଆ ଚେୟାରମ୍ୟାନ

Advertisement

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓର ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି । ମୁକେଶଙ୍କ ପୁତ୍ର ଆକାଶ ଅମ୍ବାନୀ ରିଲାଏନ୍ସ ଜିଓର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ରିଲାଏନ୍ସ ଜିଓ ପକ୍ଷରୁ କୁହାଯାଇଛି ।

ଏବେ ଆକାଶ ରିଲାଏନ୍ସ ଜିଓର ଚେୟାରମ୍ୟାନ ଓ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିବେ । ଜୁନ ୨୭ ତାରିଖଠାରୁ ମୁକେଶଙ୍କ ଇସ୍ତଫା କାର୍ଯ୍ୟକାରୀ ହେବ । ବୋର୍ଡ ପକ୍ଷରୁ ପଙ୍କଜ ମୋହନ ପାୱାରଙ୍କୁ ରିଲାଏନ୍ସ ଜିଓର ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି । ପଙ୍କଜ ଜୁନ ୨୭ ତାରିଖଠାରୁ ପାଞ୍ଚ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଏଥିସହିତ ରମିନ୍ଦର ସିଂହ ଗୁଜରାଲ ଓ କେଭି ଚୌଧୁରୀଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦିଆଯାଇଛି । ସେମାନେ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ୫ ବର୍ଷ ପାଇଁ କାର୍ଯ୍ୟ କରିବେ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରିଲାଏନ୍ସ ଇଷ୍ଟଷ୍ଟ୍ରିଜର ଷ୍ଟକ୍ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ୨୫୨୯ ଟଙ୍କାରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ରେ ୨୫୩୦ ଟଙ୍କାରେ ବନ୍ଦ ହୋଇଛି ।

ଗତ ଏପ୍ରିଲ ମାସରେ ରିଲାଏନ୍ସ ଜିଓ ୧୬.୮ ଲକ୍ଷ ମୋବାଇଲ ଗ୍ରାହକଙ୍କୁ ଯୋଡ଼ିଥିବା ବେଳେ ଭାରତୀ ଏୟରଟେଳ ୮.୧ ଲକ୍ଷ ଗ୍ରାହକଙ୍କୁ ଯୋଡ଼ିଥିଲା । ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଏହି ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.