fbpx

କାନ୍ଦି ପକାଇଲେ ଭୀଷ୍ମ ପିତାମହ: ଭୀମଙ୍କୁ ମନେ ପକାଇ ମୁକେଶ ଶେୟର କଲେ ଶୁଟିଙ୍ଗ ବେଳର କାହାଣୀ

Advertisement

ମୁମ୍ବାଇ: ପରବାରିକୁ ଚାଲି ଯାଇଛନ୍ତି ଲୋକପ୍ରିୟ ଧାରାବାହିକ ମହାଭାରତର ଭୀମ ଚରିତ୍ରରେ ଅଭିନୟ କରିଥିବା ପ୍ରବୀଣ କୁମାର ସୋବତୀ । ଏଭଳି ଜଣେ ବର୍ଷୀୟାନ ଅଭିନେତାଙ୍କ ବିୟୋଗରେ ସାରା ଦୋରେ ଖେଳିଯାଇଛି ଶୋକର ଛାୟା । ତେବେ ଭୀମଙ୍କ ସ୍ମୃତିକୁ ମନେ ପକାଇ ଦଃୁଖ ପ୍ରକାଶ କରିଛନ୍ତି ପିତାମହ ଭୀଷ୍ମ ଅର୍ଥାତ ମୁକେଶ ଖାନ୍ନା । ପ୍ରବୀଣଙ୍କ ସ୍ୱଭାବ ଏବଂ ତାଙ୍କର ବିଭିନ୍ନ ସ୍ମୃତିରେ ଭିଜିଯାଇଛି ମୁକେଶଙ୍କ ଆଖି । ୧୫ ଦିନ ପୂର୍ବରୁ ଉଭୟ ଫୋନରେ କଥା ହୋଇଥିଲେ ବୋଲି କହି ମୁକେଶ ଭାବବିହ୍ୱର ହୋଇ ପଡିଥିଲେ । ସ୍ୱର୍ଗରେ ଭଲ ଲୋକମାନଙ୍କର ଆବଶ୍ୟତା ପଡିବାରୁ ଲତା ଦିଦି ଏବଂ ପ୍ରବୀଣଙ୍କ ଭଗବାନ ତାଙ୍କ ପାଖକୁ ନେଇଗଲେ ବୋଲି କହିଛନ୍ତି ମୁକେଶ ।

Mahabharat के Bheem Praveen Kumar अब हमारे बीच नहीं रहे, देखें उनकी जिंदगी  की अनदेखी Photos - JaldiMoney.com

ଏକ ଭିଡିଓ ଶେୟର କରି ଲତା ଦିଦି ଏବଂ ପ୍ରବୀଣଙ୍କ ଆତ୍ମାର ସଦଗତି ପାଇଁ ମୁକେଶ ପ୍ରାର୍ଥନା କରିଛନ୍ତି । ପ୍ରବୀଣ ଜଣେ ବହୁତ ସରଳ ଆଉ ଶାନ୍ତ ସ୍ୱଭାବର ବ୍ୟକ୍ତିତ୍ୱ ଥିଲେ । ଯିଏ ଖୁବ ସଭ୍ୟତାର ସହ କଥା ହେଉଥିଲେ ଏବଂ ସବୁଠୁ ବଡ କଥା ତାଙ୍କୁ ନେଇ ଏଯାବତ କୌଣସି ବିବାଦ କେବେ ହୋଇନାହିଁ । ଭୀମ ଭଳି ଏକ ଦମଦାର ଚରିତ୍ର ମିଳିଥିଲେ ମଧ୍ୟ ସେ ସର୍ବଦା ହସମୁଖ ରହୁଥିଲେ ।

Get real time updates directly on you device, subscribe now.