ଅଓ୍ବଧେଶ ରାୟ ହତ୍ୟାକାଣ୍ଡରେ ମୁଖତାର ଅଂସାରୀ ଦୋଷୀ ସାବ୍ୟସ୍ତ, ୩୨ ବର୍ଷ ପରେ ରାୟ ଦେଲେ କୋର୍ଟ

ନୂଆଦିଲ୍ଲୀ: ବାରାଣସୀର ଏମପି-ଏମଏଲ କୋର୍ଟ ମୁଖତାର ଅଂସାରୀଙ୍କ ସହ ଜଡିତ ୩୨ ବର୍ଷ ପୁରୁଣା ମାମଲାର ଶୁଣାଣି ସୋମବାର କରିଛନ୍ତି। ବାରାଣସୀ କୋର୍ଟ ସୋମବାର ରାୟ ପ୍ରକାଶ କରି ଅଂସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅଓ୍ବଧେଶ ରାୟ ହତ୍ୟାକାଣ୍ଡରେ ସୋମବାର କୋର୍ଟ ମୁଖତାର ଅଂସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଲଞ୍ଚ ପରେ ଅଂସାରୀଙ୍କୁ ସଜା ଶୁଣାଯିବ। ଅଓ୍ବଧେଶ ରାୟ ହତ୍ୟାକାଣ୍ଡରେ ସୋମବାର କୋର୍ଟ ମୁଖତାର ଅଂସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଲଞ୍ଚ ପରେ ଅଂସାରୀଙ୍କୁ ସଜା ଶୁଣାଯିବ।

ଏହି ମାମଲାରେ ମୁଖତାର ଅଂସାରୀଙ୍କ ସମେତ ୫ଜଣ ଅଭିଯୁକ୍ତ ରହିଛନ୍ତି। ଅଓ୍ବଧେଶ ରାୟ କଂଗ୍ରେସ ନେତା ଅଜୟ ରାୟଙ୍କ ଭାଇ। କୋର୍ଟଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ଅଜୟ ରାୟ କହିଛନ୍ତି ଯେ ତାଙ୍କର ୩୨ବର୍ଷର ଅପେକ୍ଷା ଆଜି ଶେଷ ହେବ ଏବଂ ସେ ନ୍ୟାୟ ପାଇବେ ବୋଲି ଆଶା କରୁଛନ୍ତି। ଏହି ସମୟରେ, ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସମଗ୍ର କୋର୍ଟ କମ୍ପ୍ଲେକ୍ସକୁ ପ୍ରଶାସନ ଏକ କ୍ୟାଣ୍ଟନମେଣ୍ଟରେ ପରିଣତ କରିଛି।

ଅଗଷ୍ଟ ୩, ୧୯୯୧ରେ ଅଓ୍ବଧେଶ ରାୟଙ୍କୁ ହତ୍ୟା କରାଯାଇଥିଲା। ତା’ପରେ ଅଓ୍ବଧେଶ ରାୟ ତାଙ୍କ ସାନଭାଇ ତଥା ବର୍ତ୍ତମାନର କଂଗ୍ରେସ ନେତା ଅଜୟ ରାୟଙ୍କ ଘର ବାହାରେ ଠିଆ ହୋଇଥିଲେ। ସେହି ସମୟରେ ସେଠାରେ ଏକ ମାରୁତି ଭ୍ୟାନ ଆସି ବହୁ ଲୋକ ସେହି ଭ୍ୟାନରୁ ବାହାରି ଆସିଥିଲେ। ସେହି ଲୋକମାନେ ଅଓ୍ବଧେଶ ରାୟଙ୍କ ଉପରକୁ ଗୁଳି ଚଳାଇଥିଲେ। ବନ୍ଧୁକର ଗୁଳିଫୁଟିବା ଶବ୍ଦ ଚତୁର୍ଦ୍ଦିଗରେ ପ୍ରତିଧ୍ୱନିତ ହୋଇଥିଲା।

ଏହି ଘଟଣା କେଉଁଠାରେ ଘଟିଥିଲା?
ବାରାଣାସୀର ଚେତଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଲହୁରାବିର ଅଞ୍ଚଳରେ କଂଗ୍ରେସ ନେତା ଅଓ୍ବଧେଶ ରାୟଙ୍କୁ ହତ୍ୟା କରାଯାଇଥିଲା। ସେଦିନ ସକାଳେ ହାଲୁକା ବର୍ଷା ହୋଇଥିଲା। ମାରୁତି ଭ୍ୟାନରୁ ଆସୁଥିବା ଲୋକଙ୍କ ଗୁଳିରେ ଅଓ୍ବଧେଶ ରାୟ ଆହତ ହୋଇଥିଲେ, ପରେ ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।